Wednesday , May 31 2023
Breaking News
Home / କ୍ରୀଡ଼ା / ନରଣଗଡ ଫୁଟବଲ : ଗୋଲ୍ଡେନ କ୍ଲବ ଆରୁଗୁଳ‌୪-୦ ରେ ବିଜୟୀ

ନରଣଗଡ ଫୁଟବଲ : ଗୋଲ୍ଡେନ କ୍ଲବ ଆରୁଗୁଳ‌୪-୦ ରେ ବିଜୟୀ

ନିରାକାରପୁର, ୧୭/୧୦/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ ଖେଳ ପଡିଆ ରେ ଆଜି ଦ୍ୱିତୀୟ ଦିବସରେ ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲିଗ୍ ମ୍ୟାଚରେ ଗୋଲ୍ଡେନ କ୍ଲବ , ଅନୁଗୁଳ ଖୋର୍ଦ୍ଧା ଶରଧାପୁରକୁ ଭେଟିଥିଲେ । ଗୋଲ୍ଡେନ କ୍ଲବ ୪-୦ ଗୋଲ ସ୍କୋର କରି ଖୋର୍ଦ୍ଧା ଶରଧାପୁରକୁ ପରାସ୍ତ କରି ବିଜୟୀ ହୋଇଛି। ଆଜି ଅତିଥିଭାବେ ନରଣଗଡ ସଭାପତି ଗୋଦାବରୀଶ ଗୁମାନସିଂ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରୁଦ୍ରଭାନୁ ନରେନ୍ଦ୍ର ସିଂ, ପୂର୍ବତନ ସରପଂଚ ଅବକାଶ ମହାନ୍ତି, ସୋସାଇଟି ସଭାପତି ସରୋଜ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳକୁ ଫକିର ନିସଂକ୍, ପ୍ରମୋଦ କୁମାର ଦାସ, ଶରତ ଛୋଟରାୟ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି  ଠଣାପଲୀ   ଓ  ପାଇକିତିଗିରିଆ ମଧ୍ୟରେ ମ୍ୟାଚ୍ ହେବାର ଅଛି।

Leave a Reply

Your email address will not be published.