Wednesday , May 31 2023
Breaking News
Home / ରାଜନୀତି / ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର,୧୧୭ ୟୁନିଟ ରକ୍ତ ସଂଗ୍ରହ 

ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର,୧୧୭ ୟୁନିଟ ରକ୍ତ ସଂଗ୍ରହ 

 ନିରାକାରପୁର, ୧୭/୧୦/୨୦୨୨(ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେ  ଦୁଇ ଦିନ ଧରି ଚାଲି ଥିବା କାର୍ଯ୍ୟକ୍ରମ   ର ଦିତୀୟ ଦିବସରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପ ସଭାପତି ବିପିନ କୁମାର  ଜୟସିଂହ ଓ  ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟଙ୍କ  ଆବାହକତ୍ବ ରେ  ଅନୁଷ୍ଠିତ    ରକ୍ତଦାନ ଶିବିର ରେ   ଓଡ଼ିଶା ମୋ ପରିବାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ ହୋତାଙ୍କ ସଂଯୋଜନାରେ ବିଜୁ ଯୁବ-ଛାତ୍ର ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ତରଫରୁ ଟାଙ୍ଗି ବ୍ଲକ ଅନ୍ତର୍ଗତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରୁ ମୋଟ ୧୧୭ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଟାଙ୍ଗି ବ୍ଲକ ୧୨ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଜୟ ପାଲଟାସିଂ,ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସାଗର ବାରିକ,ଯୁବନେତା ଶୁଭମ ଦାଶ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ,ବିଜୁ ଯୁବ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ପରିଡ଼ା,ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ,ବିଜୁ ଛାତ୍ର ଜନତା ଦଳ ଟାଙ୍ଗି ବ୍ଲକ ସଭାପତି ଅନୀଲ ସେନାପତି,ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥ,ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ସଞ୍ଜୟ କୁମାର ମହାପାତ୍ର, ଛାତ୍ର ନେତା ଚିତ୍ତ ରଞ୍ଜନ ମହାରଣା,ଲଷ୍ମୀକାନ୍ତ ପ୍ରଧାନ ,‌‌ ସୁଶୀଲ ସେନାପତି    ପ୍ରମୁଖ ଏହି ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଦୀପକ ପ୍ରଧାନ,ଦେବବ୍ରତ ଶ୍ରୀଚନ୍ଦନ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.