Thursday , June 1 2023
Breaking News
Home / ତାଜା ଖବର / ଦୁଇ ଶହ ଲିଟର ଚୋରା ପେଟ୍ରୋଲ ଓ ଡିଜେଲ ଜବତ, ୪ ଅଭିଯୁକ୍ତ ଗିରଫ

ଦୁଇ ଶହ ଲିଟର ଚୋରା ପେଟ୍ରୋଲ ଓ ଡିଜେଲ ଜବତ, ୪ ଅଭିଯୁକ୍ତ ଗିରଫ

ଏକ ମାରୁତି ସିଆଜ କାର (ଓଡି-୦୨- ସିବି ୪୯୫୪), ଗୋଟେ ପାଇପ, ୫ଟି ୩୫ ଲିଟରିଆ ଏବଂ ଗୋଟେ ୨୫ ଲିଟରର ଜାରରେ ପେଟ୍ରୋଲ ଆଉ ଡ଼ିଜେଲ, ମାରଣାସ୍ତ୍ର, ୩ଟି ମୋବାଇଲ ଫୋନ ଜବତ

କେନ୍ଦ୍ରାପଡ଼ା ,୧୭/୧୦/୨୦୨୨(ଓଡ଼ିଶା ସମାଚାର)- ଜାତୀୟ ରାଜପଥ- ୫୩ରେ ତେଲ ଟ୍ୟାଙ୍କର ଅଟକାଇ ପେଟ୍ରୋଲ ଡିଜେଲ ଚୋରି ହେଉଥିବା ନେଇ ବାରମ୍ବାର ଖବର ପ୍ରକାଶ ପରେ ମାର୍ଶାଘାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ବେଳେ ଟ୍ୟାଙ୍କରରୁ ଚୋରି କରିବା ବେଳେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଆଠବାଟିଆର ୨୮ ବର୍ଷିୟ ଜ୍ଞାନରଞ୍ଜନ ଦାସ, ବରେଇର ୨୨ ବର୍ଷିୟ ଅଜୟ କୁମାର ମଲ୍ଲିକ, ୩୦ ବର୍ଷିୟ ମିନକେତନ କବି, ୩୪ ବର୍ଷିୟ କେଦାର ରଞ୍ଜନ ମହାନ୍ତି । ଚଢାଉ ବେଳେ ପୋଲିସ ଏକ ମାରୁତି ସିଆଜ କାର (ଓଡି-୦୨- ସିବି ୪୯୫୪), ଗୋଟେ ପାଇପ, ୫ଟି ୩୫ ଲିଟରିଆ ଏବଂ ଗୋଟେ ୨୫ ଲିଟରର ଜାରରେ ପେଟ୍ରୋଲ ଆଉ ଡ଼ିଜେଲ, ମାରଣାସ୍ତ୍ର, ୩ଟି ମୋବାଇଲ ଫୋନ ଜବତ ହୋଇଛି ।ଏନେଇ ପୋଲିସ ଅଧିକ ପଚରାଉଚରା କରିବାରୁ ଜାତୀୟ ରାଜପଥରେ ଯିବାଆସିବା କରୁଥୁବା ତେଲ ଟ୍ୟାଙ୍କରରୁ ତେଲ ଚୋରି କରି ବିଭିନ୍ନ ଅଞ୍ଚଳକୁ ପଠାଉଥିବା ପୋଲିସ ଜାଣିବାକୁ ପାଇଛି । ଏହାଛଡା ଏହି ଅଭିଯୁକ୍ତମାନେ ତେଲକୁ ଛାଡ଼ି ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

 ତେବେ ଦୈନିକ ହଜାର ହଜାର ଲିଟର ଜାତୀୟ ରାଜପଥରେ ଯାଉଥିବା ଟ୍ୟାଙ୍କରରୁ ତେଲ ଚୋରି ହେଉଛି । ଏହି ଚୋରା ତେଲ ବିଭିନ୍ନ ଅଞ୍ଚଳକୁ ଆସୁଛି । ତାଛଡା ସେହି ସ୍ଥାନରେ ମଧ୍ୟ ଚୋରା ତେଲକୁ କମ ଦାମରେ ଖୁଲମଖୁଲା ବିକ୍ରି କରାଯାଉଛି । ଚୋରା ତେଲକୁ ଟାଙ୍କିଠାରୁ ୧୦ ଟଙ୍କା ଭଳିଆ କମ ଦାମରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି ।ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥ ବୌଦ ଛକଠାରୁ ହଜାରୀ ଛକ ପର୍ଯ୍ୟନ୍ତ ଦିନ ଦ୍ୱିପ୍ରହରରେ ଟ୍ୟାଙ୍କରରୁ ଚୋରି ହେଉଥିବା ଦେଖୁବାକୁ ମିଳିଛି । ପାରାଦ୍ୱୀପରେ ଥିବା ତିନୋଟି ତୈଳ ଡିପୋ ଇଣ୍ଡିଆନ ଅଏଲ, ବିପିସିଏଲ ଓ ଏଚପିସିଏଲ ରୁ ପ୍ରତ୍ୟେକ ଦିନ ଶହ ଶହ ତୈଳ ବୋଝେଇ ଟ୍ୟାଙ୍କର ଜାତୀୟ ରାଜପଥ ଯୋଗେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ତୈଳ ଯୋଗାଣ ହୋଇଥାଏ । ଏହିସବୁ ତୈଳ ଟ୍ୟାଙ୍କରର ଡ୍ରାଇଭର ମାନେ ନିଜର ଖର୍ଚ୍ଚ ଯଥା ପକେଟ ଗରମ ପାଇଁ ପ୍ରତ୍ୟେକ ଦିନ କିଛି ଅସାଧୁ ତେଲ ମାଫିଆମାନଙ୍କ ସହିତ ହାତ ମିଳାଇ ବେଧଡକ ଭାବରେ ତେଲ ଚୋରି କରାଉଛନ୍ତି ।

Leave a Reply

Your email address will not be published.