Monday , June 5 2023
Breaking News
Home / ବିଶେଷ / ଟାଙ୍କିରେ ପଡିଲା ଗାଈ , ନିମ୍ନମାନ କାର୍ୟ୍ୟ ପାଇଁ ଘଟଣା ଘଟିଥିବା ଅନୁମାନ

ଟାଙ୍କିରେ ପଡିଲା ଗାଈ , ନିମ୍ନମାନ କାର୍ୟ୍ୟ ପାଇଁ ଘଟଣା ଘଟିଥିବା ଅନୁମାନ

ଯାଜପୁର ୧୭/୧୦/୨୦୨୨(ଓଡ଼ିଶା ସମାଚାର)-ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଥିବା ଏକ ପରିତ୍ୟକ୍ତ ଟାଙ୍କିରେ ଗାଈ ଟିଏ ପଡିଯାଇଥିଲା । ସ୍ଥାନୀୟ ଲୋକେ ଚେଷ୍ଟା କରି ଅସଫଳ ହେବାରୁ ବରୀ ଦମକଳ ବିଭାଗକୁ ସୂଚନା ଦେଇଥିଲେ । ଦମକଳ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଗାଈ ଟିକୁ ଉଦ୍ଧାର କରି ଗାଈର ଜୀବନ ବଞ୍ଚାଇପାରିଥିଲେ । ହେଲେ ଏହି ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ନିମ୍ନ କାମ କରିଥିବା ଠିକାଦାର ଓ ପୂର୍ବତନ ସରପଞ୍ଚକୁ ଦାୟୀ କରିଛନ୍ତି । ମୋଟା ଅଙ୍କର ପିସି ଖାଇ ପଞ୍ଚାୟତର ଅଧିକାରୀ ମଧ୍ୟ ଏହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଏଣୁ ପ୍ରଶାସନ ଏପ୍ରତି ଦୃଷ୍ଟି ନ ଦେଲେ ଏଭଳି ଘଟଣାମାନ ପ୍ରତ୍ୟହ ଉପୁଜୀବ ବୋଲି ଭରତ ଜେନା , ରବି ଜେନା , ଅଭିରାମ ଜେନା ପ୍ରମୁଖ କହିଛନ୍ତି ।

Leave a Reply

Your email address will not be published.