Wednesday , May 31 2023
Home / ବିଶେଷ / ଜିଲ୍ଲାସ୍ତରୀୟ ସାଧନା ଶିବିର ଆୟୋଜିତ

ଜିଲ୍ଲାସ୍ତରୀୟ ସାଧନା ଶିବିର ଆୟୋଜିତ

ଯାଜପୁର ୧୭/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କର)- ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ ଅନ୍ତର୍ଗତ କାକୁଡିକୁଦ ସତ୍ୟସାଇ ସେବା ସମିତି ତରଫରୁ ଜିଲ୍ଲାସ୍ତରୀୟ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବ୍ୟକ୍ତିତ୍ୱ ବିକାଶ ସହିତ ଆଧ୍ୟାତ୍ମିକ ପୂର୍ଣ୍ଣତା ଲାଭକରିବା ବିଷୟରେ ସବିଶେଷ ଆଲୋକପାତ କରରାଯାଇଥିଲେ। ଏହି ଶିବିର ପ୍ରାତଃ ଚାରିଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ସାତଘଟିକା ପର୍ୟ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଫଳତାର ସହିତ ଶେଷ ହୋଇଥିଲା। ଆଜିର ଏହି କାର୍ୟ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଡ଼ ନିଶିକାନ୍ତ କର ଉଦଘାଟନ କରିଥିଲେ। ଏଥିରେ ଯାଜପୁର ଜିଲ୍ଲାର ୧୨ଟି ସମିତି ଏବଂ ୩୯ଗୋଟି ଭଜନ ମଣ୍ଡଳୀର ତିନିଶହରୁ ଉର୍ଦ୍ଧ୍ବ ସାଇଭକ୍ତ ଯୋଗଦେଇ ଥିଲେ। ତତସହିତ ଜିଲ୍ଲା ସାଇ ସଂଗଠନର ସଂଯୋଜକ ଯତୀନ୍ଦ୍ର ସୁତାର, ପ୍ରତାପ ମହାନ୍ତି, ପ୍ରଣବ କିଶୋର ଶରଣ, ପ୍ରଦୀପ୍ତ ସୁନ୍ଦର, ମମତା ସାମଲ, ଚିନ୍ମୟ ଦଳାଇ, ସୁବ୍ରତ ମନୋହର ନାୟକ, କାକୁଡିକୁଦ ସେବା ସମିତିର ଆବାହକ ବିଶ୍ୱନାଥ ଦାସ, ଗୌରାଙ୍ଗ ନାୟକ, ଗଦାଧର ସାହୁ, ଲକ୍ଷ୍ମଣ ବିଶ୍ୱାଳ, କାଶୀନାଥ ବିଶ୍ୱାଳ, ରଘୁନାଥ ଜେନା, ହେମନ୍ତ ସାହୁ, ଚିନ୍ତାମଣି ଜେନା, ରମେଶ ଚନ୍ଦ୍ର ସାହୁ, ଉପେନ୍ଦ୍ର ସାହାଣୀ, ପ୍ରମୋଦ ସାହୁ,ହେମନ୍ତ ସାହୁ, ଶ୍ରୀକାନ୍ତ ସାହୁ,ତୃପ୍ତିକାନ୍ତ ପାତ୍ର,ସୌଭାଗ୍ୟ ସାହୁ, ପ୍ରତିଭା ବାରିକ ଓ ମାନସୀ ସାମଲ ସମେତ କାକୁଡିକୁଦ ସେବା ସମିତିର ସଦସ୍ୟଗଣ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published.