Saturday , June 10 2023
Breaking News
Home / କ୍ରୀଡ଼ା /   ଜିଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

  ଜିଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

ଜଗତସିଂହପୁର ୧୭/୧୦/୨୦୨୨(ଓଡ଼ିଶା ସମାଚାର)- ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍,ଜଗତସିଂହପୁର ଠାରେ ଅକ୍ଟୋବର ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୭ ବର୍ଷରୁ କମ୍ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ,ଜଗତସିଂହପୁର ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ କ୍ରୀଡା ସାରା ବିଶ୍ୱକୁ ବାନ୍ଧି ରଖିଛି । ସାରା ଭାରତରେ ଓଡିଶା ଆଜି କ୍ରୀଡାରେ ରୋଲ ମଡେଲ ସାଜିଛି । ଶିଶୁଟିଏ ମାତୃ ଗର୍ଭରୁ ଖେଳିବା ଆରମ୍ଭ କରିଥାଏ । କ୍ରୀଡା ଛାଡି କେହି  ରହିପାରିବେ ନାହିଁ । ଖେଳ ଛାଡି ଦେଲେ ସେ ରୋଗଗ୍ରସ୍ତ ହୋଇଯାଏ । ଭୁବନେଶ୍ୱର ହକି ବିଶ୍ୱକପ୍ ଓ ଏସିଆଡ୍ ଗେମ୍ ଅନୁଷ୍ଠିତ ହୋଇଛି । ଆମ ମୁଖ୍ୟମନ୍ତ୍ରୀ ଇତିହାସ ସୃଷ୍ଟି କରିଛନ୍ତି ।୯୦ ଦିନ ଭିତିରେ ରାଜ୍ୟ ସରକାର ସଫଳ ଭାବରେ ଏସିଆଡ୍ କ୍ରୀଡା ଆୟୋଜନ କରିଥିଲେ । କଳିଙ୍ଗ ଷ୍ଟାଡିୟମ ଆଗାମୀଦିନରେ ଭାରତବର୍ଷର ସବୁଠାରୁ ଉନ୍ନତ ଷ୍ଟାଡିୟମରେ ପରିଣତ ହେବାକୁ ଯାଉଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ କହିଲେ ଆଜି ରାଜ୍ୟରେ ବିଶ୍ୱ ସ୍ତରୀୟ  କ୍ରୀଡା ଆୟୋଜିତ ହେଉଛି । ପିଲାଟିର କ୍ରୀଡା ଦ୍ୱାରା ଶାରୀରିକ,ମାନସିକ, ବୌଦ୍ଧିକ ବିକାଶ ସାଧିତ ହୁଏ । ଏହି ଉଦଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ କ୍ରୀଡା ପ୍ରତ୍ୟେକ ପିଲାକୁ ସୁସ୍ଥ ରଖିବା ସହିତ ମାନସିକ ଓ ବୌଦ୍ଧିକ ବିକାଶ ହୁଏ । ଶିକ୍ଷା ଓ କ୍ରୀଡା ମୁଦ୍ରାର ଦୁଇ ପାଶ୍ୱର୍ । ମାନ୍ୟବର ମୁଖ୍ୟମନ୍ତ୍ରୀ ଫୁଟବଲ ଖେଳର ଉନ୍ନତି ପାଇଁ ପ୍ରତ୍ୟେକ ପଂଚାୟତକୁ ଫୁଟବଲ ଯୋଗାଇ ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଓ ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା  ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ କ୍ରୀଡାରେ ହାରଜିତ୍ ବଡକଥା ନୁହେଁ । ଖେଳୁଆଡ ମନୋବୃତି ନେଇ ଖେଳିବାକୁ ସେ କ୍ରୀଡା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଫୁଟବଲ କ୍ରୀଡା ପ୍ରତିଯୋଗିତାରେ ପ୍ରତି ବ୍ଲକରୁ ଦୁଇଟି ଦଳ ବାଳକ ଓ ବାଳିକା ଯୋଗଦେଇଥିଲେ । ପ୍ରତି ଟିମ୍ ରେ ୧୫ଜଣ କ୍ରୀଡାବିତ୍ ହିସାବରେ ମୋଟ୍ ୨୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବାଳିକା ଗ୍ରୁପ୍ ରେ ତିର୍ତୋଲ ବ୍ଲକ ଚମ୍ପିୟାନ ହୋଇଥିବା ବେଳେ କୁଜଙ୍ଗ ବ୍ଲକ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ସେହିପରି ବାଳକ ବର୍ଗରେ ତିର୍ତୋଲ ବ୍ଲକ ଚାମ୍ପିୟନ ହୋଇଥିବା ବେଳେ ବିରିଡି ବ୍ଲକ ରନର୍ସ ଅପ୍ ହୋଇଥିଲା । ମୁଖ୍ୟ ଅତିଥି ଚାମ୍ପିୟାନ ଓ ରନର୍ସ  ଅପ୍ ଦଳଙ୍କୁ ସିଲ୍ଡ ପ୍ରଦାନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ୧୦୦ ଜଣ ଶାରିରୀକ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା  ପରିଚାଳନା କରିଥିଲେ । ଆଜିର ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଂଜନ ବେହେରା ଅଧ୍ୟକ୍ଷତା କରିଥିଲେ । ମାର୍କଣ୍ଡପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଶାରିରୀକ  ଶିକ୍ଷା ପରିଦର୍ଶକ ଶ୍ରୀ ବିଦ୍ୟାଧର ପ୍ରଧାନ  ଉତ୍ସବଟିକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.