କଟକ ସଦର ୧୭/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ଵିଏସକେୱ।ଇ) ଓ ଜନନୀ ସୁରକ୍ଷା ଯୋଜନା (ଜେଏସୱ।ଇ) ଦ୍ୱାରା ଅନୁବନ୍ଧିତ କଟକ ଜିଲ୍ଲା କିଶନନଗର ଠାରେ ଥିବା ‘ ଜୀବନ ଜ୍ୟୋତି ନର୍ସିଙ୍ଗ୍ ହୋମ୍ ‘ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଵଦୂତ ସାଜିଛି। ଯାହା ଫଳରେ ରୋଗୀମାନେ ଏଠାରେ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇଵା ସେମାନଙ୍କ ପାଇଁ ଵରଦାନ ସଦୃଶ ହୋଇଛି। ଆଜକୁ ୪ ଵର୍ଷ ହେଲା ନର୍ସିଙ୍ଗ୍ ହୋମ୍ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଏହି ଯୋଜନାରେ ୪ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗୀ ଉପକୃତ ହୋଇଥିବା ନିର୍ଦେଶିକା ଜୟନ୍ତୀ ନାୟକ କହିଛନ୍ତି।
ସ୍ୱାସ୍ଥ୍ୟ ସେବା ସହିତ ଭଲ ପରିଵେଶ ଥିଵାରୁ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି। ଆଗାମୀ ଦିନରେ ଅଞ୍ଚଳର ଅଧିକ ଉନ୍ନତ ମାନର ଚିକିତ୍ସା ସେଵା ପାଇଁ ସଵୁ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତିର ସୁବିଧା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଵା ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି। ଏବଂ ଏହାର ଏକ ଶାଖା କଟକ- ପାରାଦୀପ ରାସ୍ତା ପାର୍ଶ୍ବରେ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି।
Home / ସ୍ୱାସ୍ଥ୍ୟ / ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଵଦୂତ ସାଜିଛି କିଶନନଗର ‘ ଜୀବନ ଜ୍ୟୋତି ନର୍ସିଙ୍ଗ୍ ହୋମ୍ ‘