Saturday , June 10 2023
Breaking News
Home / ବିଶେଷ / ଗଳ୍ପ ସଙ୍କଳନ “ବନ୍ଧନର ବ୍ୟଥା” ଉନ୍ମୋଚିତ 

ଗଳ୍ପ ସଙ୍କଳନ “ବନ୍ଧନର ବ୍ୟଥା” ଉନ୍ମୋଚିତ 

ଗରଦପୁର,୧୭/୧୦/୨୦୨୨ (ଓଡ଼ିଶା ସମାଚାର)- ସେନା ବାହିନୀର ଅବସରପ୍ରାପ୍ତ ସୁବେଦାର ମେଜର ଭରତ ଚନ୍ଦ୍ର ଜେନା ଙ୍କ ଦ୍ୱିତୀୟ ପୁସ୍ତକ “ବନ୍ଧନର ବ୍ୟଥା” ପୂଜ୍ୟପାଦ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି । ବନଫୁଲ ପ୍ରକାଶନ ଆନୁକୂଲ୍ୟରେ ପ୍ରକାଶିତ ଏହି ସଙ୍କଳନରେ ୩୦ ଟି ଗଳ୍ପ ସମାହିତ ହୋଇଅଛି । ଅରିଲୋସ୍ଥିତ ଆଶ୍ରମରେ ଆୟୋଜିତ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡ଼ ତ୍ରିନାଥ ପଟ୍ଟନାୟକ ମୁଖ୍ୟ ବକ୍ତା ଓ ଡ଼ ତୋଡଫାନ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମେଜର ଜେନା ଙ୍କ ରଚିତ  ଗଳ୍ପ ଗୁଡ଼ିକରେ  ସାମଜିକ ଚେତନା ଓ ବରିଷ୍ଠ ମାନଙ୍କୁ ଆଦର ଓ ସମ୍ମାନ କରିବାର ପ୍ରେରଣା ଭରି ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ପିନାକୀ ମିଶ୍ର ମତବ୍ୟକ୍ତ କରି କହିଥିଲେ ଯେ “ଜ୍ଜବନ୍ଧନର ବ୍ୟଥା” ପୁସ୍ତକ ଅବକ୍ଷୟମୁଖୀ ସମାଜ ପାଇଁ ସଂଜୀବନୀ ସଦୃଶ । ଏହି ଉନ୍ମୋଚନୀ ସଭାରେ ଡ଼ ଚିଦାନନ୍ଦ ବ୍ରହ୍ମଚାରୀ ମଂଚ ପରିଚାଳନା କରିଥିବାବେଳେ କବି ଦେବେନ୍ଦ୍ର ନାଥ କର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନଫୁଲ ର ପ୍ରକାଶକ ପବିତ୍ର ପ୍ରହ୍ମପୁତ୍ର ନାୟକ , କବି ସଂଜୟ କୁମାର ମଲିକ ,  ମନ୍ମଥନାଥ ବରାଳ , ଡ଼ ରତ୍ନାକର ମଲିକ, ଶୁଭାଂଶୁ ଦାସ, ସିଦ୍ଧାର୍ଥ ଶଙ୍କର ରାୟ , କୁଂଜ ବିହାରୀ ପାଣି, ଅମର ପ୍ରାଦ ରାଉତ ଓ ବିଧୁ ଭୂଷଣ ତ୍ରିପାଠୀ ପ୍ରମୁଖ ୁପସ୍ଥିତ ଥିଲେ ।  କବୟିତ୍ରୀ ଆରତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.