Sunday , May 28 2023
Breaking News
Home / ବିଶେଷ / କେନ୍ଦ୍ରାପଡାର ମୁସଲମାନ ଭାଇମାନଙ୍କ ପକ୍ଷରୁ ଗଜଲକ୍ଷ୍ମୀ ମେଢର କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡାର ମୁସଲମାନ ଭାଇମାନଙ୍କ ପକ୍ଷରୁ ଗଜଲକ୍ଷ୍ମୀ ମେଢର କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୧୭/୧୦/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ଭାଇଚାରାକୁ ବଜାୟ ରଖିବା ପାଇଁ ମୁସଲମାନ ଭାଇମାନଙ୍କ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରେ ଅନୁଷ୍ଠିତ ମା’ଗଜଲକ୍ଷ୍ମୀଙ୍କ ମେଲଣ ପଡିଆରେ ଯୋଗଦେଇଥିବା ସମସ୍ତ ଗଜଲକ୍ଷ୍ମୀ ମେଢର କର୍ମକର୍ତାମାନଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଉପନଗରପାଳ ଆକବରୀ ଖାତୁନ, ମହମ୍ମଦ ନିଆଜ, କାଉନସିଲର ସେକ ଅସଲମ, ସେକ ଇମରନ, ସେକ ନସିମ୍ ଉଦ୍ଧିନ,ସେକ ଅନସୁର, ଅମଜାଦ ଖାଁ, ସେକ ଗୋଫରାନ, ଅକ୍ତର ଖାଁ, ସେକ ରହେମତ, ମିର ଜରାର, ସେକ ତଫିଉଦ୍ଧିନ, ସେକ ଅବଦୁଲ ମୌବିନ ଓ ସେକ ଚାନ୍ଦ ପ୍ରମୁଖ ସମସ୍ତ ଗଜଲକ୍ଷ୍ମୀ ମେଢର କର୍ମକର୍ତାମାନଙ୍କ ସମେତ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଓ ଦାୟୀତ୍ୱରେ ଥିବା ମାଜିଷ୍ଟେଟମାନଙ୍କୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳ ସରିତା ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ରୋସ୍ନା ସାହୁ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ମହମ୍ମଦ ସେକ ଇନାୟତଙ୍କ ସମେତ ବହୁ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.