ଭୁବନେଶ୍ୱର, ୧୭/୧୦/୨୦୨୨ (ଓଡ଼ିଶା ସମାଚାର)- ରେଡ୍ କ୍ରସ୍ ଭବନ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ହିନ୍ଦୀ ଶିକ୍ଷକ ମହାସଂଘର ସାଧାରଣ ପରିଷଦର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଧିବେଶନରେ ସବୁ ଜିଲ୍ଲାରୁ ହିନ୍ଦୀ ଶିକ୍ଷକମାନେ ଏକାଠି ହୋଇଥିଲେ । ମହାସଂଘର ଗୋଟିଏ ଦାବି ପ୍ରତି ସରକାର ଜାଣିଶୁଣି କର୍ଣ୍ଣପାତ କରୁନଥିବାରୁ ଓ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ସମସ୍ତ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏପରି ସଂଘ ତରଫରୁ ମାନ୍ୟବର ଶିକ୍ଷାମନ୍ତ୍ରୀ ଓ ଶିକ୍ଷକା ସଚିବଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରିଆସୁଥିଲେ ମଧ୍ୟ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହିଁ ବୋଲି ମହାସଂଘ ତରଫରୁ ଅଭିଯୋଗ କରାଯାଇଅଛି । ମହାସଂଘର ପ୍ରମୁଖ ଦାବି ହେଲା – ସେକେଣ୍ଡାରୀ ଚାକିରୀ କରି ମଧ୍ୟ ଏଲ୍.ଏ.ସି.ଏସ୍. କ୍ୟାଡରରେ ଅଛନ୍ତି ଏବଂ ଜୁନିଅର ଏ.ସି.ଏସ୍. ପଦକୁ ପଦୋନ୍ନତି ପାଉନଥିବାରୁ କ୍ୟାଡର୍ ରୁଲ୍ରେ ବ୍ୟାପକ ପରିବର୍ତନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ । ଏହି ଦାବି ସମ୍ପର୍କରେ ଆଜି ଆମେ ସମସ୍ତେ ଏକାଠି ହୋଇ ରାଜଧାନୀରେ ବିଚାର ବିମର୍ଶ କରୁଛୁ ଏବଂ ଆମର ୯୦ ଭାଗ ସମସ୍ୟା ସମାଧାନ ହୋଇଯାଇଛି । ଆଉ ୧୦ ଭାଗ ସମସ୍ୟା ପାଇଁ ଦରକାର ପଡ଼ିଲେ ଆମେ ଆନ୍ଦୋଳନ କରିବୁ, ରାଜରାସ୍ତାକୁ ଓହ୍ଲାଇବୁ ବୋଲି ମହାସଂଘର ସାଧାରଣ ସମ୍ପାଦକ ଅଶୋକ ନାଥ କହିଛନ୍ତି । ସେହିପରି ଆମ ଅଧିବେଶନ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ବନ୍ଦ ଥିଲା । ବହୁଦିନ ପରେ ଆମେ ସମସ୍ତେ ଏକାଠି ହୋଇ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛୁ । ବହୁଦିନ ହେଲା ହିନ୍ଦୀ ଶିକ୍ଷକମାନେ ଟି.ଜି. ସ୍କେଲ୍ ପାଉଛନ୍ତି, ଏଲ.ଏ.ସି.ଏସ୍. କ୍ୟାଡରରେ ଅଛନ୍ତି ସରକାରଙ୍କ ଭୁଲ୍ ନିଷ୍ପତି ଯୋଗୁଁ ଜୁନିଅର ଏସ୍.ସି.ଏସ୍. ପଦବୀକୁ ଯାଇପାରୁ ନାହୁଁ । ଏବେ ଜୋର୍ ଦାର୍ ଆନ୍ଦୋଳନ କରିବୁ, କ୍ୟାଡର ରୁଲ୍ ପରିବର୍ତନ ପାଇଁ ଲଢେଇ ଜାରି ରଖିବୁ ବୋଲି ମହାସଂଘର ସଭାପତି ରଘୁନାଥ ବେହେରା ଚେତାବନି ଦେଇଛନ୍ତି ।