କଟକ ,୧୭/୧୦/୨୦୨୨(ଓଡ଼ିଶା ସମାଚାର)- କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଅଘଟଣ । ଏକ ତାରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମା ମାଡ଼ କରିଛି। ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ଖବର ପାଇ ଘଟଣା ସ୍ଥାନରେ ନରସିଂହପୁର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଚକ୍ରପ୍ରସାଦ ଗ୍ରାମ ମୁଣ୍ଡିଆ ସାହିରଙ୍କ ପୁଅ ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଝିଅକୁ ଅନେକ ସମୟରେ ରାସ୍ତାରେ ଯିବା ସମୟରେ ହଇରାଣ କରୁଥିବା ପରିବାର ପକ୍ଷରୁ କୁହାଯାଇଛି। ଝିଅ ଏବଂ ତାର ପରିବାର ଏହାକୁ ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିପୁ ନାୟକ ଏକ ତରଫା ପ୍ରେମ କରୁଥିବା ନାବାଳିକାର ଘର ଉପରକୁ ବୋମା ମାଡ଼ କରିଛି।