Saturday , June 10 2023
Breaking News
Home / ବିଶେଷ / ‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥାର ଶୁଭାରମ୍ଭ

‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥାର ଶୁଭାରମ୍ଭ

ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍କକ, ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ଥିବା ବିଭିନ୍ନ ଜଳାଶୟର ଅବସ୍ଥିତି, ଜଳଧାରଣର କ୍ଷମତା ସମ୍ପର୍କରେ ତଥ୍ୟ ଜଣାଯିବା ସହିତ ଜଳ ସଂଚୟର ସ୍ଥିତିକୁ ଦେଖି ସେହି ଅନୁସାରେ ବିନିଯୋଗ କରାଯାଇପାରିବ

ଭୁବନେଶ୍ୱର,୧୭/୧୦/୨୦୨୨(ଓଡ଼ିଶା ସମାଚାର)- “୫-ଟି”ଆଧାରରେ ଆଜି ଜଳସମ୍ପଦ ବିଭାଗରେ ଦୁଇଟି ୱେବ୍ ତଥା ମୋବାଇଲ ଆପ୍ଲିକେସନ ଯଥା ‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥା ଦ୍ୱୟକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ,ପ୍ରତ୍ୟେକ ଜୀବ ଜଗତ ପାଇଁ ଜଳର ଆବଶ୍ୟକତା ରହିଛି । ଓଡିଶାରେ ପାନୀୟ ଜଳ ସାଙ୍ଗକୁ , କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଆମ ରାଜ୍ୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ଓ ବ୍ୟାରେଜ୍ ଆଦି ବ୍ୟବସ୍ଥାରେ ବିଭିନ୍ନ ଜଳ ଭଣ୍ଡାରଗୁଡିକରେ ଯେଉଁ ପରିମାଣର ଜଳ ସଂଚୟ ହୋଇ ରହୁଛି, ସେସବୁକୁ ଚାଷୀମାନଙ୍କର ଆବଶ୍ୟକତା ସମୟରେ ଯେପରି ଠିକ୍ ସମୟରେ ପହଁଚି ପାରିବ ଏବଂ ସେଚାଂଚଳର ଶେଷ ମୁଣ୍ଡରେ ଥିବା କ୍ଷେତକୁ ପାଣି ପହଁଚିପାରିବ, ସେଥିପ୍ରତି ଆମର ପ୍ରାଥମିକତା ରହିଛି ।

ଆରମ୍ଭ କରାଯାଇଥିବା ଏହି ଇ-ଜଳାଶୟ ପୋର୍ଟାଲ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍କକ, ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ଥିବା ବିଭିନ୍ନ ଜଳାଶୟର ଅବସ୍ଥିତି, ଜଳଧାରଣର କ୍ଷମତା ସମ୍ପର୍କରେ ତଥ୍ୟ ଜଣାଯିବା ସହିତ ଜଳ ସଂଚୟର ସ୍ଥିତିକୁ ଦେଖି ସେହି ଅନୁସାରେ ବିନିଯୋଗ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ସେହିପରି ଜଳ ସୁପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ରାଜ୍ୟର ପ୍ରାୟ ୩୭ ହଜାର ପାଣି ପଂଚାୟତଗୁଡିକର ସ୍ଥିତି, ସେସବୁର ପରିଚାଳନା ଓ କାର୍ୟ୍ୟ ସଂପର୍କରେ ଅଦ୍ୟତନ ତଥ୍ୟ ଉପଲବ୍ଧ ହେବାରେଇ-କ୍ୟାଡ୍ ବ୍ୟବସ୍ଥାଏକ ପ୍ରମୁଖ ଡାଟାବେସ୍ ଭାବେ ସହାୟତା ଯୋଗାଇଦେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.