Thursday , June 1 2023
Breaking News
Home / ବିଶେଷ / ହାଣ୍ଡିଆ ପଡ଼ାରେ ଦୁଇ ମାସର ଶିଶୁ ବିକ୍ରି. !

ହାଣ୍ଡିଆ ପଡ଼ାରେ ଦୁଇ ମାସର ଶିଶୁ ବିକ୍ରି. !

(ଯିଏ ନେବ ନିଅ ଯାହା ଦେଉଛ ଦିଅ )
ଯାଜପୁର ୧୬/୧୦/୨୦୨୨(ଓଡ଼ିଶା ସମାଚାର)- ବ୍ୟାସନଗର ସହରାଞ୍ଚଳ ସାଇ ମନ୍ଦିର ରେଳ ଫାଟକ ପାଖରେ ଥିବା ହାଣ୍ଡିଆ ପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଣେ ସ୍ତ୍ରୀ ଲୋକ ଦୁଇ ମାସର ଗୋଟିଏ ଶିଶୁ ପୁତ୍ରକୁ ଧରି ହାଣ୍ଡିଆ ପଡ଼ାରେ ତଳେ ଗଡେଇ ଦେଇ ହାଣ୍ଡିଆ ପିଉ ଥିଲା । ସେଠାରେ ଉପସ୍ଥିତ ଅନ୍ୟ ଲୋକ ମାନେ ସ୍ତ୍ରୀ ଲୋକ ର ଏପରି ହାବଭାବ ଓ ନିରୀହ ଶିଶୁଟି ତଳେ ଗଡି କାନ୍ଦୁଥିବା ଦେଖି ମନରେ ଶିଶୁ ଚୋର ଭାବନା ଆସିବାରୁ ତାକୁ ପଚାରିଲେ ପିଲାଟିକୁ କାହିଁକି ତଳେ ଗଡେଇଛ ସେ କାନ୍ଦୁଚି । ସେ ସ୍ତ୍ରୀ ଲୋକ କହିଲା ଯିଏ ନେବ ନିଅ, ଯାହା ଟଙ୍କାଦେବ ଦିଅ । ଏପରି କଥା ଶୁଣି ସମସ୍ତେ ଡରିଗଲେ ଓ ପଚାରିଲେ ପିଲାଟିକୁ ଧରି କୁଆଡେ ଆସିଲ , ସେ କହିଲା ମୁଁ ଆକୁ ଧରି ଭିକ ମାଗିବି ଚାରିଆଡେ ତମର କଣ ହେଉଛି । ଏପରି କଥା ଶୁଣି ହାଣ୍ଡିଆ ପଡ଼ାରେ ଥିବା ଜଣେ ସ୍ତ୍ରୀ ଲୋକ କୋମଳ ଶିଶୁ ପୁତ୍ରଟିକୁ ନିଜେ ଧରିନେଲେ । ସେ ସ୍ତ୍ରୀ ଲୋକ କୁ ହାଣ୍ଡିଆ ପଡ଼ାରେ ଉପସ୍ଥିତ ଥିବା ସବୁ ଲୋକ ମାନେ ପିଲାଚୋର ଭାବି ଧରିବାକୁ ଗଲାବେଳକୁ ସେଠାରୁ ସେ ପିଲା ଟିକୁ ଛାଡ଼ିପଳାଇଇଯିବାକୁ ଚେଷ୍ଟା କଲା । ଏପରି ଦେଖି ସମସ୍ତେ ସ୍ତ୍ରୀ ଲୋକଟିକୁ କାବୁ କରି ଯାଜପୁରରୋଡ ପୋଲିସ କୁ ଜଣାଇ ଥିଲେ । ପୋଲିସ ସେଠାରେ ପହଞ୍ଚି ଶିଶୁ ପୁତ୍ର ଟିକୁ ଓ ସେ ସ୍ତ୍ରୀ ଲୋକ କୁ ନିଜ ହେପାଜତ କୁ ନେବାସହିତ ସେଠାରେ ପିଲାଟିକୁ ଧରିଥିବା ମହିଳାକୁ ନେଇ ଯାଇଥିଲେ । ସୂଚନା ଅନୁଯାଇ ପିଲା ଟିକୁ ଭଦ୍ରକ ଜିଲ୍ଲା ଚରମ୍ପା ଏରିଆ ର ସୋମବାରୀ ମୁର୍ମୁ (୩୫) ନାମଙ୍କ ମହିଳା ଧରି ଚାରିଆଡେ ବୁଲି ଥିଲା । ସୋମ ବାରି ମୁର୍ମୁ କହେ ଏପିଲାଟି ମୋ ଭଉଣୀ ର । ମୁଁ ତାକୁ ଆଣିଛି ଲୋକ ମାନଙ୍କୁ ଦେଖାଇ ଭିକ ମାଗିବାକୁ । ମୋ ନିଜ ପୁଅ ସ୍କୁଲ ରେ ରହି ପାଠ ପଡୁଛି । ଆମ ଘର କଲିକତା । ଆମେ ଭଦ୍ରକ ଚରମ୍ପା ରେ ରହି ରେଳ ଗାଡ଼ିରେ ବୁଲି ଛୁଆ ଧରି ଭିକ ମାଗୁ । ମୁଁ ଚଳିବା ଲାଗି ଛୁଆକୁ ଧରି ଭିକ ମାଗୁଛି , ବିକିବାକୁ ନୁହେଁ । ମୋ ଭଉଣୀ ନାମ ଅପେରା ମୁର୍ମୁ ( ୪୦) । ଯାଜପୁର ରୋଡ ପୋଲିସ ଶିଶୁ ପୁତ୍ର ସହିତ ସୋମବାରୀ ମୁର୍ମୁ କୁ ଯାଜପୁରରୋଡ ରେ ଥିବା ସୁଧାର ଗୃହ ରେ ଛାଡ଼ି ଦେଇଥିଲେ ।

Leave a Reply

Your email address will not be published.