Friday , December 9 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ସାଲେପୁର ରେ ଡିଜିଟାଲ ବ୍ୟାଙ୍କ ସେବା ଉଦଘାଟନ ଉତ୍ସବ ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ସାଲେପୁର ରେ ଡିଜିଟାଲ ବ୍ୟାଙ୍କ ସେବା ଉଦଘାଟନ ଉତ୍ସବ ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ସାଲେପୁର, ୧୬/୧୦/୨୦୨୨(ଓଡିଶା ସମାଚାର/ ଅଭୟ ଜେନା) – ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିର  ଅମୃତ ମହୋତ୍ସବ ଅବସରରେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆଜି ଆଭାସି ମାଧ୍ୟମରେ ଦେଶ ର ୭୫ ଟି ଜିଲ୍ଲାରେ ୭୫ ଟି ଡିଜିଟାଲ ବ୍ୟାଙ୍କ ଦିଲ୍ଲୀ ରେ ରହି  ଶୁଭଉଦଘାଟନ  କରିଛନ୍ତି। ଏହି ଅବସରରେ ଓଡ଼ିଶାର ପୁରୀ ଜିଲ୍ଲା ଓ କଟକ ଜିଲ୍ଲାର ସାଲେପୁର ଠାରେ ପ୍ରଥମକରି ୟୁକୋ ବ୍ୟାଙ୍କ ପକ୍ଷରୁ ଖୋଲାଯାଇଥିବା ଶାଖାକୁ ପ୍ରଧାନମନ୍ତ୍ରୀ ଆଭାସୀ  ମାଧ୍ୟମରେ ଶୁଭଉଦଘାଟନ କରିଛନ୍ତି। ଏହି କାଯ୍ୟକ୍ରମରେ କଟକ ଜିଲ୍ଲା ସାଲେପୁର ଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଆୟୋଜିତ କାଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଈରର୍ଷାଦ ଅଲ୍ଲୀ ଖାନ  ୟୁକୋ ବ୍ୟାଙ୍କ ଇଡି କଲିକତା ପ୍ରମ୍ମୁଖ ଯୋଗଦେଇଥିଲେ। ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ଭାରତର ଯଶସ୍ବୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ସ୍ବାଧୀନତାର ୭୫ବର୍ଷ ଆମୃତ ମହୋତ୍ସବ ଉପଲକ୍ଷେ ଡିଜିଟାଲ ମାଧ୍ୟମରେ ଲୋକମାନେ  ବ୍ୟାଙ୍କ ସେବା ର  ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଦେଶବାସୀଙ୍କୁ  ପ୍ରଧାନମନ୍ତ୍ରୀ  ବଧାଇ ଜଣାଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.