Wednesday , May 31 2023
Home / ବିଶେଷ / ଵାରଦା ପଞ୍ଚାୟତର ଦୁଇ କୃତି ଛାତ୍ରୀଙ୍କୁ ଉତ୍କଳ ଵିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

ଵାରଦା ପଞ୍ଚାୟତର ଦୁଇ କୃତି ଛାତ୍ରୀଙ୍କୁ ଉତ୍କଳ ଵିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

କଟକ ସଦର, ୧୬/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)-ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା କଟକ ସଦର ଅନ୍ତର୍ଗତ ଵାରଦା ଗ୍ରାମପଞ୍ଚାୟତର ଦୁଇ ଛାତ୍ରୀଙ୍କୁ ‘ କଟକ ସଦର ବିକାଶ ପରିଷଦ ‘ ସଭାପତି ଇଂ ପ୍ରକାଶ ସେଠୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଦୁଇ କୃତି ଛାତ୍ରୀ ଶଗଡ଼ି ପାଟଣା ଗ୍ରାମର କୁଇନ୍ ଜେନା ୪୫ ରାଙ୍କ ରଖିଥିବା ବେଳେ ଵରିମୁଣ୍ଡା ଗ୍ରାମର ପଲ୍ଲବୀ ପ୍ରିୟଦର୍ଶିନୀ ୨୪୩ ରାଙ୍କ ରଖିଛନ୍ତି।ଏମାନଙ୍କ ଘରକୁ ଯାଇଁ ପରିଷଦର ଵିମଳ ପଣ୍ଡା,ସଂଜୟ ସାହୁ, ଅନନ୍ତ ନାଥ,ସରୋଜ ଵାରିକ,ସଂଜୟ ସେଠୀ, ଲକ୍ଷ୍ମୀଧର ଜେନା, ଆଲୋକ ଜେନା,ଶିଵ ପ୍ରସାଦ ବେହେରା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।ଏହି ଅଵସରରେ ପରିଷଦର ସଭାପତି ଇଂ ସେଠୀ କୁଇନ୍ ଓ ପଲ୍ଲବୀ ଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି  ।

Leave a Reply

Your email address will not be published.