Saturday , June 10 2023
Breaking News
Home / ବିଶେଷ / ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱନେଲେ କୁନବିହାରୀ

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱନେଲେ କୁନବିହାରୀ

ଭୁବନେଶ୍ୱର,୧୬/୧୦/୨୦୨୨(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ କଲ୍ୟାଲ୍ୟାଣ ବୋର୍ଡର ବ ଅଧ୍ୟକ୍ଷ ନିଯୁକ୍ତି ପାଇଥିବା ରାଜ୍ୟ ଯୁବ ବିଜେଡି ସମ୍ପାଦକ ଶନିବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟରେ ଯୁବବର୍ଗଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଉଛନ୍ତି। ଶିଳ୍ପ ବିକାଶ ନୂଆ ରୂପ ନେଉଛି। ଏହି ପରିପ୍ରେକ୍ଷୀରେ ଯୁବ ବର୍ଗର କଲ୍ୟାଣ ତାଙ୍କର ପ୍ରାଥମିକତା ହେବ ବୋଲି ସେ କହିଛନ୍ତି ।

ଦାୟିତ୍ୱ ଗ୍ରହଣ ଉତ୍ସବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ସୁଶାନ୍ତ ବେହେରା, ସୁଶାନ୍ତ ରାଉତ, କିଶୋର ନାୟକ, ରଘୁନନ୍ଦନ ଦାସ, ଅନୁଗୁଳ ପୌରାଧ୍ୟକ୍ଷ ମୁନା ସାମନ୍ତ, ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା, ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି , ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ମନ୍ଦାକିନି କର, କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାର, ମିହିର ରାଉତ, ରଞ୍ଜୁ ଲତା ରାୟ, ପ୍ରୀତିନନ୍ଦା ରାଉତରାୟ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ମହାପାତ୍ର, ଦୁର୍ଗା ସମାନ୍ତରାୟ, ସହସମ୍ପାଦକ ଅମରଜିତ ସେନାପତି, ଉମା ମିଶ୍ର, ଗୌତମବୁଦ୍ଧ ଦାସ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published.