Wednesday , May 31 2023
Home / ବିଶେଷ / ଯୁବକଙ୍କୁ ଗୁଳିକରି ହତ୍ୟା

ଯୁବକଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର, ୧୬/୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର କଙ୍କଣା ଗାଁ ନିକଟରେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ଗାଁର ମୀନକେତନ ଦଳେଇ । ମୀନକେତନ ଯାଜପୁର ଜିଲ୍ଲା ଟାଟାମାଇନ୍ସରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ହୋଇଛି ଗୁଳି । ଘଟଣାସ୍ଥଳରେ ତାଙ୍କର ଏକ ସ୍କୁଟି ପଡିରହିଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published.