କଟକ ସଦର, ୧୬/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର – କିଶନନଗର ରାସ୍ତାର ବୁଢିଆଣୀ ପାଟ ନିକଟରେ ଆଜି (ରବିବାର) ପୂର୍ବାହ୍ନରେ ଏକ ଯାତ୍ରା ପାର୍ଟି ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିଲା ବେଳେ ସ୍କୁଟି ଆରୋହୀ ସ୍ୱାମୀ ଆହତ ହୋଇଥିଵା ଜଣାପଡିଛି। ପ୍ରକାଶ ଯେ କିଶନନଗର ସାମନ୍ତରାପୁରର ସୟଦ୍ ଅୟୁଵ ଅଲ୍ଲୀ ଓଡି୨୧ଇ୮୩୯୧ ନମ୍ଵର ସ୍କୁଟିରେ ସ୍ତ୍ରୀ ଅନୁଅରୀ ଵିଵି(୪୫) ଙ୍କୁ ନେଇ ବନ୍ଧୁ ଘରକୁ ଯାଉଥିବା ବେଳେ ସେହି କିଶନନଗର ପଟୁ ଯାତ୍ରା ସରିବା ପରେ ସରଞ୍ଜାମ ନେଇ କୋଣାର୍କ ଗଣନାଟ୍ୟର ଓଆର୦୪୧୩ ୩୮୮୩ ଟ୍ରକ୍ ପଛରୁ ଆସି ଚଢିଯାଇଥିଲା। ଏଥିରେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ସ୍ୱାମୀ ଆହତ ହୋଇଛନ୍ତି। ଏଥିପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ୫ ଘଣ୍ଟା କାଳ ରାସ୍ତା ଅବରୋଧ ହୋଇଥିଲା। ପୂର୍ତ୍ତ ବିଭାଗର ଏହି ଅଣ ଓସାରିଆ ରାସ୍ତା ପାଇଁ ଅନେକ ସମୟରେ ଛୋଟ ଵଡ ଦୂର୍ଘଟଣାମାନ ଘଟୁଥିବା ଅଭିଯୋଗ ହେଉଛି ।