ଭୁବନେଶ୍ୱର, ୧୬/୧୦/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସରେ ବିଜୁ ମହିଳା ଜନତା ଦଳ, ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ଏଜି ଛକରେ ସାଧାରଣ ଜନତାଙ୍କୁ ଔଷଧୀୟ ଚାରା ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ସମ୍ପାଦିକା କସ୍ତୁରୀ ମହାପାତ୍ର, ଓଡ଼ିଶା ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ମନ୍ଦାକିନୀ କର, ମିଶନ ଶକ୍ତିର ଆବାହକ ଗୀତା ବସ୍ତିଆ, ୱାର୍ଡ଼ ନଂ-୫ର କର୍ପୋରେଟର ମିନୁଶ୍ରୀ ଖୁଂଟିଆ, ରାଜ୍ୟ ଉପସଭାନେତ୍ରୀ ତଥା କର୍ପୋରେଟର ମହାମୟା ସ୍ୱାଇଁ, ମୀରା ପରିଡ଼ା, ଲୋରା ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଦିବ୍ୟା ଶାଶ୍ୱତୀ, ରୁବିନା ପରିଡ଼ା, ସ୍ୱର୍ଣ୍ଣଲତା ମାହାଲି, ବବିତା ମହାନ୍ତି, ମମତାଜ ବେଗମ, ଲିଲି ନାୟକ, ସୁନିତା ବେହେରା, ଅନୁ ସେଠୀ, ଲକ୍ଷ୍ମୀ ପରିଜା, ମମତା ରଥ, ଝରଣା ମଲ୍ଲିକ ପ୍ରମୁଖ ୧୦୦ରୁ ଉଦ୍ଧ୍ୱର୍ ମହିଳା ନେତ୍ରୀ ଯୋଗଦେଇ ସାଧାରଣ ଜନତା ଏବଂ ପୋଲିସ୍ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ଚାରା ବଂଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ୨୫ ବର୍ଷର ଐତିହାସିକ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ ।
ବିଶେଷକରି ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିଥିବାରୁ ବିଜୁ ମହିଳା ଜନତା ଦଳ, ଭୁବନେଶ୍ୱର ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ମୁଖ୍ୟମନ୍ତ୍ରୀ ସେହିବାଟ ଦେଇ ଯାଉଥିବା ବେଳେ ବିଜୁ ମହିଳା ଜନତା ଦଳର ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଉତ୍ସାହିତ କରିଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜୁ ମହିଳା ଜନତା ଦଳ, ଭୁବନେଶ୍ୱର ଜିଲ୍ଳା ପକ୍ଷରୁ ଔଷଧୀୟ ଚାରା ବଂଟନ