Monday , June 5 2023
Breaking News
Home / ବିଶେଷ / ଭୀମଟାଙ୍ଗିରେ କୁମାର ଉତ୍ସବ, ମୁରବୀଙ୍କୁ ସମ୍ବର୍ଦ୍ଧନା

ଭୀମଟାଙ୍ଗିରେ କୁମାର ଉତ୍ସବ, ମୁରବୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୬/୧୦/୨୦୨୨(ଓଡ଼ିଶା ସମାଚାର)-ଭୀମଟାଙ୍ଗୀ ଫେଜ୍ ୧ରେ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ମହୋତ୍ସବ ଓ କୁମାର ଉତ୍ସବ-୨୦୨୨ ଉଦ୍ୟାପିତ ହୋଇଛି । ଏହି ଅବସରରେ ସ୍ଥାନୀୟ ଅଂଚଳ ଉନ୍ନତିକରଣ ତଥା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ମୁରବୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କମିଟିର ସଭାପତି ପ୍ରତାପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କର୍ପୋରେରଟର ଶିବ ନାରାୟଣ ରାୟ ଯୋଗ ଦେଇ ସେମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ପଟ୍ଟନାୟକ, କମିଟିର କାର୍ଯ୍ୟକାରୀ ସଭାପତି ରତ୍ନାକର ମହାପୁଡ଼, ସମ୍ପାଦକ ଜ୍ଞାନ ରଞ୍ଜନ ଚୌଧୁରୀ, ଲିଙ୍ଗରାଜ ପୃଷ୍ଟି, ଅରକ୍ଷିତ ବେହେରା ଓ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତଥିଲେ । ଏହି ଅବସରରେ ଭଜନ ସମାରୋହ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନଚଷ୍ଠିତ ହୋଇଥିଲା ।

Leave a Reply

Your email address will not be published.