Thursday , June 1 2023
Breaking News
Home / ବିଶେଷ / ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଠାରେ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଠାରେ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ୧୬/୧୦/୨୦୨୨ (ଓଡ଼ିଶା ସମାଚାର / ସଂଜୟ ସିଂହ )- ଓଡ଼ିଶା ରାଜ୍ୟ ର ମାନ୍ୟବର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ କୁ ସ୍ମରଣୀୟ କରିବା ପାଇଁ, କଳାହାଣ୍ଡି ଜ଼ିଲ୍ଲା ବିଜୁ ଜନତା ଦଳ ତରଫରୁ ଭବାନୀପାଟଣା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ  ରକ୍ତଭଣ୍ଡାର ଠାରେ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି  । ଗତ ୧୪ ତାରିଖ ରୁ ୧୬ ତାରିଖ ପର୍ୟ୍ୟନ୍ତ ବିଜେଡି ତରଫରୁ ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଏକ ଶହ ଦଶ (୧୧୦) ୟୁନିଟ ରକ୍ତ ସଂଗୃହିତ କରିଥିବାବେଳେ, ଭବାନୀପାଟଣା ପୌରପାଳିକା ର ଅଧ୍ୟଖ୍ୟା ଶ୍ରୀ ମତୀ ସଂଯୁକ୍ତା ବେହେରା ଙ୍କ ନେତୃତ୍ୱରେ ଆଜି ଶହେ ପନ୍ଦର (୧୧୫) ୟୁନିଟ ରକ୍ତ ସଂଗ୍ରହ ହୋଇ ଥିବା ସୂଚନା ମିଳିଛି  । ଉକ୍ତ ରକ୍ତ ସଂଗ୍ରହ କାର୍ୟ୍ୟକ୍ରମ ରେ କଳାହାଣ୍ଡି ଜ଼ିଲ୍ଲା  ମିଶନ ଶକ୍ତି ର ମାଁ ଓ ଭଉଣୀ ମାନେ ମଧ୍ୟ ରକ୍ତ ଦାନ କରିଥିବା ଦେଖିବା କୁ ମିଳିଥିଲା । ଏଥିରେ କଳାହାଣ୍ଡି ଜ଼ିଲ୍ଲା ର ପୂର୍ବତନ ମନ୍ତ୍ରୀ  ତଥା ଜ଼ିଲ୍ଲା ସଭାପତି ପୁଷ୍ପେନ୍ଦୁ ସିଂହ ଦେଓ, ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କରମିଶ୍ର,ଲାଙ୍ଗିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜ଼ିଲ୍ଲା ସଭନେତ୍ରୀ ଲଳିତା ନାଏକ, ରାଜ୍ୟ ବରିଷ୍ଠ ଯୁବ ଉପ ସଭାପତି ମଣ୍ଟୁ ନାଏକ, ମୁନିସିପାଲିଟି ଅଧ୍ୟଖ୍ୟା ସଂଜୁତା ବେହେରା, ରାଜ୍ୟ କାର୍ୟ୍ୟକାରୀ ସଭାପତି ଅଭିନାଶ ଠାକୁର,ପ୍ରଦୀପ କୁମାର ଦାସ ଜ଼ିଲ୍ଲା ସଂଯୋଜକ ଓଡିଶା ମୋ ପରିବାର, ରାଜୀବ ଲୋଚନ ଶତପଥି, ପ୍ରମୁଖ ବିଜେଡି ର କର୍ମକର୍ତା ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.