ଯାଜପୁର ୧୬/୧୦/୨୦୨୨(ଓଡ଼ିଶା ସମାଚାର)- ବିଦ୍ୟୁତ ବିଭାଗ ଟାଟା ପୱାର ନେବା ଠାରୁ ଉପଭୋକ୍ତା ଙ୍କ ଉପରେ ବିଭିନ୍ନ ଆଳ ରେ ଟାଟା ପାୱାର ଶୋଷଣ କରୁଛି। ମାଛ ତେଲ ରେ ମାଛ ଭାଜିଲା ପରି କାର୍ଯ୍ୟ କରୁଛି । ଗ୍ରାହକ ସୁବିଧା ଦୁର ରେ ଥାଉ ବିଦ୍ୟୁତ ଆଦାୟ କରି ବା ପାଇଁ ଜୁଲମ ରେ ଲୋକ ଅତିଷ୍ଟ ହୋଇ ପଡିଲେଣି ବିଦ୍ୟୁତ ସେବା ଠିକି ମିଳୁ ନାହିଁ ବିଦ୍ୟୁତ ତାର ଝୁଲୁଛି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଲୋକ ମାନେ ମୃତ୍ୟୁ ବାରଣ କରୁଛନ୍ତି l ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଛକରେ । ମୃତ ଡ୍ରାଇଭର ଜଣକ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୁରେଶଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ସୁରେଶ ଏକ ୧୪ ଚକିଆ ମାଲବୋଝେଇ ଟ୍ରକ୍ ନେଇ ପାଣିକୋଇଲି ଅଭିମୁଖେ ଆସୁଥିବା ସମୟରେ ସିଙ୍ଗଡା ଛକରେ ଘଟିଥିଲା ଏଭଳି ଏକ ଦୁଃଖଦ ଘଟଣା । ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାରକୁ ଅତିକ୍ରମ କରୁଥିବା ସମୟରେ ଗାଡିଟି ତାର ସଂସ୍ପର୍ଶରେ ଆସି ଜଳିବାକୁ ଆରମ୍ଭ କରିଥିଲା । ଏହି ସମୟରେ ଡ୍ରାଇଭର ସୁରେଶ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ । ସେପଟେ ପାଣିକୋଇଲି ପୋଲିସ୍ ମୃତଦେହ ଜବତ୍ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଘଟଣା ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।