Wednesday , May 31 2023
Home / ବିଶେଷ / ପାରାଵିଲ୍ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ଭସାଣି ଉତ୍ସଵ ଶାନ୍ତି ଶୃଙ୍ଖଳାରେ ଶେଷ

ପାରାଵିଲ୍ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ଭସାଣି ଉତ୍ସଵ ଶାନ୍ତି ଶୃଙ୍ଖଳାରେ ଶେଷ

କଟକ ସଦର, ୧୬/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ପାରାଵିଲ୍ ଗଜଲକ୍ଷ୍ମୀ ପୂଜା ୭ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଅନୁକୂଳ ପାଗ ଯୋଗୁ ଶନିବାର ଭସାଣି ଉତ୍ସବ ମହାସମାରୋହରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।ମେଢ ଗୁଡିକ କ୍ରମାନ୍ୱୟରେ ଵିରାଟ ଵିରାଟ ଶୋଭାଯାତ୍ରାରେ ସାହି ପରିକ୍ରମା କରି ଦୀର୍ଘ ୮ ଘଣ୍ଟା ପରେ ମେଲଣ ପଡିଆରେ ଏକତ୍ରିତ ହୋଇଥିଲେ। ସେହିପରି କ୍ରମାନ୍ୱୟରେ ମୃଣ୍ମୟ ମୂର୍ତ୍ତି ଙ୍କୁ ନିଆଯାଇ ପୂଣ୍ୟତୋୟା ରତ୍ନଯୋରୀରେ ବିସର୍ଜନ କରାଯାଇଥିଲା।ଦୁଇ ବର୍ଷ ପରେ କୋଭିଡ କଟକଣା ମୁକ୍ତ ଭସାଣି ଶୋଭାଯାତ୍ରା ଦେଖିବାକୁ ନାହିଁ ନଥିଵା ଜନସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଗ୍ରମ୍ୟ କମିଟି ଓ କିଶନନଗର ପୋଲିସ୍ ସହାୟତା ଯୋଗାଇ ଥିଲେ।

Leave a Reply

Your email address will not be published.