Sunday , May 28 2023
Breaking News
Home / ବିଶେଷ / ନଵୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ କଟକ ସଦର ଯୁଵ-ଛାତ୍ର ଵିଜେଡି ପକ୍ଷରୁ ବିଶାଳ ରକ୍ତଦାନ ଶିବିର,୬୩୩ ୟୁନିଟ୍ ସଂଗ୍ରହ

ନଵୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ କଟକ ସଦର ଯୁଵ-ଛାତ୍ର ଵିଜେଡି ପକ୍ଷରୁ ବିଶାଳ ରକ୍ତଦାନ ଶିବିର,୬୩୩ ୟୁନିଟ୍ ସଂଗ୍ରହ

କଟକ ସଦର, ୧୬/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଵିଜୁ ଜନତା ଦଳର ସୁପ୍ରିମୋ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମ ଦିନ ଅବସରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଆନ୍ତରିକ ଉଦ୍ୟମ ଫଳରେ କଟକ ସଦର ଯୁଵ-ଛାତ୍ର ବିଜେଡି ପକ୍ଷରୁ ନୂଆଵଜାର ତିନିଘରିଆ ଗୋଶାଳା ରୋଡ଼ରେ ଥିଵା ଦୁଲାଦେଵୀ ମଣ୍ଡପ ଠାରେ ଏକ ମେଗା ରକ୍ତଦାନ ଶିବିର ଆଜି (ରବିବାର ) ଅନୁଷ୍ଠିତ ହୋଇଯାଇଛି। ଶିଵିରକୁ ବିଧାୟକ ଶ୍ରୀ ବେହେରା ଉଦଘାଟନ କରିଥିବା ଵେଳେ ଏହି ଉପଲକ୍ଷେ ସାର୍ତୋଳ ଠାରେ ଵୃକ୍ଷ ରୋପଣ କରିଥିଲେ। ଏଥିରେ ରାଜ୍ୟ ଜୀବନବିନ୍ଦୁ ସଂଯୋଜକ ସାଂସଦ ଅରୁପ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ରଂଜନ ବିଶ୍ବାଳ,ସିଏମସି ମେୟର ସୁଵାସ ସିଂହ,ନଗର ବିଜେଡି ସଭାପତି ମଧୁ ସାହୁ,ଜିଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ସଦର ବ୍ଲକ ଉପାଧ୍ୟକ୍ଷା ଅମ୍ଵିକା ପାତ୍ର,ପୂର୍ଵତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ଜୀଵନ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିଵିରକୁ ନିର୍ବାଚନ ମଣ୍ଡଳୀର ସମସ୍ତ ମନୋନୀତ ଓ ନିର୍ବାଚିତ ପ୍ରତିନିଧି ରକ୍ତଦାତାଙ୍କୁ ଆଣିଥିଲେ। ଶିଵିର ପରିଚାଳନାରେ ବିଧାୟକଙ୍କ ସିଏମସି ପ୍ରତିନିଧି ମନୋରଞ୍ଜନ ମହାପାତ୍ର (ଵୁଲୁ) ଙ୍କ ସମେତ ବିଜେଡି ସଭାପତି ପ୍ରମୋଦ ମହାପାତ୍ର,ଯୁଵ ସଭାପତି ହିମାଂଶୁ ଦାସ,ମିଶନ ଶକ୍ତି ସଂଯୋଜକ ଶରତ ରାୟ, ପୂର୍ବତନ ସରପଂଚ ରମେଶ ସାହୁ,ସଂଜୀଵ ଵେଉରା ପ୍ରମୁଖ ସହାୟତା କରିଥିଲେ।ଶିଵିରରେ ୬୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Leave a Reply

Your email address will not be published.