Thursday , June 8 2023
Breaking News
Home / ବିଶେଷ / ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ସଫେଇ କାର୍ଯ୍ୟକ୍ରମ

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ସଫେଇ କାର୍ଯ୍ୟକ୍ରମ

ନିରାକାରପୁର, ୧୬/୧୦/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଡାକ୍ତରଖାନା ପରିସରରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ତଥା ବରିଷ୍ଠ ନେତା ବିପିନ କୁମାର ଜୟସିଂହ ଙ୍କ ଆବାହକତ୍ୱରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡାକ୍ତରଖାନା ପରିସରରୁ ଅନାବନା ଗଛକୁ ଉପାଡ଼ି ସଫା କରାଯିବ ସହିତ ପଡ଼ିଥିବା ଆବର୍ଜନାକୁ ପରିସରରୁ ହଟା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟରେ ୧୨ ନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟ, ସମାଜସେବୀ ଶୁଭମ୍ ଦାଶ, ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ, ଗଣେଶ ସେନାପତି, ଟାଙ୍ଗୀ ବ୍ଲକ ଛାତ୍ର ବିଜେଡ଼ି ସଭାପତି ଅନିଲ ସେନାପତି, ବିଜୟ ପ୍ରଧାନ, ଚିତ୍ତରଞ୍ଜନ ମହାରଣା ଓ ଲକ୍ଷ୍ମୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published.