ନିଶ୍ଚିନ୍ତକୋଇଲି,୧୬/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଂଚାୟତର ସହଦେବପୁର ଗାଁ ରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମର ସାଇକେଲ ମରାମତି ଦୋକାନ ବାରଣ୍ଡାରୁ ଉଦ୍ଧାର ହେଲା ଯୁବକ ଙ୍କ ମୃତ ଦେହ। ମୃତ ଯୁବକ ହେଉଛନ୍ତି ଚିତ୍ତରଞ୍ଜନ ଦାସ। ଏହି ଘଟଣା ନେଇ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ। ନେମାଳ ପୋଲିସ ପହଂଚି ତଦନ୍ତ ଚଳାଇବା ସହ ଛାନ ଭିନ ଚଳାଇଛି ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଚିତ୍ତରଞ୍ଜନ ଘରୁ କେଉଁଠାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କିଛି ପତ୍ତା ମିଳିନଥିଲା । ତେବେ ରବିବାର ସକାଳୁ ଗାଁରେ ଥିବା ଏକ ସାଇକେଲ ମରାମତି ଦୋକାନ ସାମ୍ନାରୁ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିଥିଲା । ଚିତ୍ତରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।