Wednesday , May 31 2023
Breaking News
Home / ବିଶେଷ / ତିନି ବନ୍ଧୁକ ବେପାରୀ ଗିରଫ, ତିନୋଟି ବନ୍ଧୁକ, ୧୫ ରାଉଣ୍ଡ ଗୁଳି ଓ ୩ ଟି ବାଇକ ଓ ୩  ଟି ମୋବାଇଲ ଫୋନ୍ ଜବତ

ତିନି ବନ୍ଧୁକ ବେପାରୀ ଗିରଫ, ତିନୋଟି ବନ୍ଧୁକ, ୧୫ ରାଉଣ୍ଡ ଗୁଳି ଓ ୩ ଟି ବାଇକ ଓ ୩  ଟି ମୋବାଇଲ ଫୋନ୍ ଜବତ

କଟକ, ୧୬/୧୦/୨୦୨୨(ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ଲାଲବାଗ ଥାନା ପୁଲିସକୁ ବଡ ସଫଳତା ମିଳିଛି। ପଲିସ ତିନି ବନ୍ଧୁକ ବେପାରୀଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଖସି ପଳାଇବାକୁ ସକ୍ଷମ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ବନ୍ଧୁକ, ୧୫ ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଓ ତିନୋଟି  ମୋବାଇଲ ଫୋନ୍ ଜବତ କରିଛି। ଅଭିଯୁକ୍ତମାନେ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ଅନ୍ୟ ଜିଲାରେ ବିକ୍ରି କରୁଥିବା ଡିସିପି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୮ ଟା ବେଳେ ରାଧାନାଥ ଟ୍ରେନିଂ କଲେଜ ନିକଟରେ ୪ଜଣ  ବନ୍ଧୁକ କାରବାର ଚଳାଇଥିବା ବିଶ୍ୱସ୍ଥ ସୂତ୍ରରୁ ଲାଲବାଗ ଥାନା ଆଇଆଇସି ଙ୍କୁ ଖବର ମିଳିଥିଲା  । ସ୍ପେଷାଲ ସ୍କ୍ୱାର୍ଡ଼ ସାହାଯ୍ୟରେ ତୁରନ୍ତ ସେଠାରେ ଚଢ଼ାଉ କରାଯାଇ   ତିନି ବନ୍ଧୁକ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲାବେଳେ ଅନ୍ୟ ଜଣେ ଖସି ପଳାଇଥିଲା। ଅଭିଯୁକ୍ତଙ୍କ ଠାରୁ ତିନୋଟି ବନ୍ଧୁକ ଓ ୧୫ ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଓ ତିନୋଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ  ଖୁବ ଶୀଘ୍ର ଗିରଫ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି ଗିରଫ ତିନି ଅଭିଯୁକ୍ତ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି କଟକ , ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଓ ଏହାର ଆଖପାଖରେ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଯାଣିବାକୁ ପାଇଛି। ତିନି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।  ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନିଆଳି ଥାନା ଅନ୍ତର୍ଗତ ଦିଘି ଗ୍ରାମର ଗୋପିନାଥ ପାତ୍ର (୩୭), କଟକ ସିଆରଆରଆଇ ଥାନା ଅନ୍ତର୍ଗତ ଗତିରାଉତପାଟଣା ର ଶ୍ରୀନାଥ ରାଉତ (୪୦) ଓ କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ଅର୍ଚ୍ଚିଲ ଗ୍ରାମର ଜ୍ୟୋତିରଂଜନ ରାଉତ (୨୫) । ଲାଲବାଗ ଥାନାରେ ୨୪୬ ନମ୍ବର ରେ ଏକ ମାମଲା ରୁଜୁ ହୋଇଛି । ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.