Sunday , May 28 2023
Breaking News
Home / ବିଶେଷ / ଗାନ୍ଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ

ଗାନ୍ଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬/୧୦/୨୦୨୨ (ଓଡ଼ିଶା ସମାଚାର)-ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲ୍ପମେଟ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଗାନ୍ଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ୨୦୨୨ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଆଜି ଅକ୍ଟୋବର ୧୬ ରବିବାର ସକାଳ ୯ଘଟିକା ସମୟରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ବୁଦ୍ଧ ମନ୍ଦିରର ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ବକ୍ତୃତା, ଭାଗବତ ଗୀତା ପାଠ, ଦେଶାତ୍ମକ ସଙ୍ଗୀତ, ଗାନ୍ଧୀ ଭଜନ, ଗାନ୍ଧୀ କୁଇଜ୍, ଖଦି ଫେସନ ଶୋ ସହିତ ଗାନ୍ଧୀ ଓଡ଼ିଶା ଆଗମନର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଗୁରୁ ସୁଧାଂଶୁ ଅଧିକାରୀ, ବହୁମୁଖୀ ପ୍ରତିଭା ଜୟଶ୍ରୀ ଧଳ, ତାରାକାନ୍ତ ପରିଡ଼ା (ପୂର୍ବତନ ସଚିବ ଓଡ଼ିଶା ଲଳିତ କଳା ଏକାଡ଼େମୀ), ସିନେ କଳାକାର ଦିଲ୍ଲୀପ ନାୟକ ବିଚାରକ ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଅନୁଷ୍ଠାନର ଉପସଭାପତି ନିହାରିକା ପଟ୍ଟନାୟକ ସମ୍ପାଦିକା ନିବେଦିତା ଭଞ୍ଜ କହିଛନ୍ତି କି ଏଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଉପରେ ଗାନ୍ଧୀଙ୍କ ଦିଗ୍ ଦର୍ଶନର ପ୍ରଭାବ ପକାଉଛି, ଯାହା ଦ୍ୱାରା ଏକ ଶୃଙ୍ଖଳିତ ନାଗରିକର ପରିଚୟ ମିଳିପାରୁଛି । ଏହିଭଳି ଅନେକ କାର୍ଯ୍ୟକ୍ରମ ରହିଛି ଯାହାକି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ଡ଼ଃ. ଅଞ୍ଜଳୀ ତି୍ରପାଠୀ କହିଛନ୍ତି । ଅନୁଷ୍ଠାନର ସଦସ୍ୟମାନେ ପ୍ରତିଟି ବିଦ୍ୟାଳୟକୁ ଯାଇ ଗାନ୍ଧୀଙ୍କ ଆଦର୍ଶ ଓ ଦେଶ ପ୍ରଗତିରେ ଗାନ୍ଧୀଙ୍କର କ’ଣ ଭୂମିକା ରହିଥିଲା ତା’ଉପରେ ଛାତ୍ରଛାତ୍ରୀମାନଙ୍କୁ କହିବା ସହ ସ୍ୱଚ୍ଛତା ଉପରେ ଅବଗତ କରାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସହସମ୍ପାଦିକା ଲୀନ ମିଶ୍ର ସହ ଅନୁଷ୍ଠାନର ସମସ୍ତ ସଦସ୍ୟମାନେ ସୁଚାରୁ ରୂପେ ପରିଚାଳନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.