Wednesday , May 31 2023
Breaking News
Home / ବିଶେଷ / ଗରାପୁର ମହାବୀର କ୍ଲବର ଲକ୍ଷ୍ମୀପୂଜା ୧୩ବର୍ଷରେ ପଦାର୍ପଣ କଲା

ଗରାପୁର ମହାବୀର କ୍ଲବର ଲକ୍ଷ୍ମୀପୂଜା ୧୩ବର୍ଷରେ ପଦାର୍ପଣ କଲା

କେନ୍ଦ୍ରାପଡ଼ା, ୧୬/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁର କାଳି ମନ୍ଦିର ଛକ ମହାବୀର କ୍ଲବ ପକ୍ଷରୁ ଅନୁଷ୍ଠିତ ମା’ ଲକ୍ଷ୍ମୀଙ୍କ ପୂଜା ୧୩ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ କ୍ଲବର ସଭାପତି ସମର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଲୋହିତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉପଲକ୍ଷେ ପଂଚାୟତରେ ସର୍ବାଧିକ ମାର୍କ ରଖି ମାଟ୍ରିକ ପାସ କରିଥିବା ପ୍ରଯୋକ୍ତା ପାଣିଙ୍କୁ ଗାଁ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କ୍ଲବର ସମ୍ପାଦକ ନବ କିଶୋର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କ୍ଲବର ସଦସ୍ୟ ଶରତ ବେହେରା, ଉତ୍କଳ ଦାସ, ଅନିଲ ଥାଟୋଇ, ଗଜେନ୍ଦ୍ର ମଳିକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଅନମୋଲ ମେଲୋଡୀ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପରିବେଷଣ କରିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.