Wednesday , May 31 2023
Breaking News
Home / ବିଶେଷ / କଟକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ଶ୍ରୀ ଶିବ ଟପ୍ପୋଙ୍କ ଦାୟିତ୍ୱ ଗ୍ରହଣ ଓ ପୁର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖଣ୍ଡାୟତରାୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

କଟକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ଶ୍ରୀ ଶିବ ଟପ୍ପୋଙ୍କ ଦାୟିତ୍ୱ ଗ୍ରହଣ ଓ ପୁର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖଣ୍ଡାୟତରାୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

କଟକ ,୧୬/୧୦/୨୦୨୨(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଆଜି ଶ୍ରୀ ଶିବ ଟପ୍ପୋ ନୂତନ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ଟପ୍ପୋ ବିଦାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟଙ୍କ ଠାରୁ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଶ୍ରୀ ଟପ୍ପୋ ଏହା ପୂର୍ବରୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟାରତ ଥିଲେ।

ଆଜି ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଶ୍ରୀ ଭବାନୀ ଶଙ୍କର ଚାୟନୀଙ୍କ ଅଧକ୍ଷତାରେ ଏକ ବିଦାୟକାଳୀନ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟଜନ କରାଯାଇ ଉଭୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାରେ କାର୍ଯ୍ୟଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।କଟକ ଜିଲ୍ଲାର ପ୍ରଶାସନିକ କ୍ଷେତ୍ରରେ ଥିବା ଉଚ୍ଚ ପରମ୍ପରାକୁ ରକ୍ଷାକରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କାଟିବାକୁ ଜିଲ୍ଲାପାଳ ଡଃ ଚୟନୀ ଆହ୍ୱାନ କରିଥିଲେ।

ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର,ସଦର ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ବେଉରା,ଆଠଗଡ ଉପ ଜିଲ୍ଲାପାଳ ଶ୍ରୀ ହେମନ୍ତ ସ୍ୱାଇଁ, ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ରଞ୍ଜନ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମୋହାପାତ୍ର ,ଷ୍ଟାଫ କମିଟି ସଭାପତି ଶ୍ରୀ ବିଶ୍ୱମୋହନ ମହାପାତ୍ରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.