କେନ୍ଦ୍ରାପଡ଼ା, ୧୬/୧୦/୨୦୨୨(ଓଡ଼ିଶା ସମାଚାର)- ଅଳପୁଆ ଗ୍ରାମପଂଚାୟତ ଅନ୍ତର୍ଗତ ପାହାନ୍ତାସିଂ ସାହି ଗୋପାଳପୁର ଛକରେ କଳ୍ପବଟ ସତ୍ୟସେବା ଆଶ୍ରମ ଆନୁକୂଲ୍ୟରେ ପଂଚଦଶ ବାର୍ଷିକୀ ଧନଦାତ୍ରୀ ମା’ଗଜଲକ୍ଷ୍ମୀଙ୍କ ପୂଜା ଷଷ୍ଠ ଦିନବ୍ୟାପି ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପଣ୍ଡିତ ବ୍ରଜ ଶତପଥୀ, ପଣ୍ଡିତ ଶ୍ରୀବନ୍ତ ପଣ୍ଡା ଓ ଚକ୍ରଧର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମା’ଙ୍କର ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ରବୀନ୍ଦ୍ର ପାଣିଗ୍ରାହୀ, ରତିକାନ୍ତ ଧଳ, ନିରଞ୍ଜନ ଧଳ, ବାହାଦୂର ଧଳ, ଗୟାଧର ସୁତାର, ମୁକୁନ୍ଦ ବାରିକ, ସନାତନ ସାହୁ, କାଙ୍ଗାଳି ସାହୁ, ବ୍ରହ୍ମାନନ୍ଦ ସାହୁ, ରବୀନ୍ଦ୍ର ବାରିକ, ଦିଲ୍ଲିପ ବିଶ୍ୱାଳ, ରଶ୍ମିକାନ୍ତ ବେହେରା,ରାମଚନ୍ଦ୍ର ସେଠୀ, ନିରଞ୍ଜନ ବାରିକ, ମନୋଜ ଧଳ ଓ ସାମ୍ବାଦିକ ନରେନ୍ଦ୍ର ଧଳ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ମା’ ଧାନେଶ୍ୱରୀ ଓ ବାସୁଦେବ ସାଂସ୍କୃତିକ ପରିଷଦର କଳାକାରମାନେ ଭଜନ କୀର୍ତନ ପରିବେଷଣ କରିବା ସହିତ ଗାୟକ ପ୍ରଶାନ୍ତ ନାଥଶର୍ମା ଏବଂ ତାଙ୍କ ସାଥୀମାନେ ପାଲା ପରିବେଷଣ କରିଥିଲେ । ଆନନ୍ଦ ବଜାରରେ ଶହ ସହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ଓଡ଼ିଶା ସମାଚାର