ଖୋର୍ଦ୍ଧା, ୧୫/୧୦/୨୦୨୨ (ଓଡ଼ିଶା ସମାଚାର/ ଦୀପକ ପ୍ରଧାନ) : ଜୀବନ ହାରିଲେ ଛାତ୍ରୀ । ଯୁକ୍ତ ଦୁଇ ପାଠ ପଢୁଥିବା ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ ୧୭ବର୍ଷ। ଇପସିତା +୨ ପ୍ରଥମ ବର୍ଷ ଛାତ୍ରୀ। ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଓ ତାର ଭାଇ ଓ ବାପା ମିଶି ଇପସିତା କୁ ମାନସିକ ନିର୍ୟ୍ୟାତନା ଦେଉଥିଲେ । ଏ ସମ୍ପର୍କରେ ଇପସିତା ଓ ତାର ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ।
ସମାଧାନ ପରେ କମିବା ପରିବର୍ତ୍ତେ ବଢିଚାଲିଥିଲା ନିର୍ୟ୍ୟାତନା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ ହରରାଣ କରୁଥିଲେ । ଗତକାଲି ସଜତ ଶାହା ଇପସିତା ଘର ଦୁଆର ମୁହଁରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ପାଖରେ ଥିବା ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ସଜତ ଶାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।ଓଡ଼ିଶା ସମାଚାର