ବ୍ୟାସନଗର,୧୫/୧୦/୨୦୨୨(ଓଡ଼ିଶା ସମାଚାର)-ବ୍ୟାସନଗର ଅଞ୍ଚଳର ଅନ୍ୟତମ ସ୍ବେଛାସେବୀ ସଙ୍ଗଠନ ସହୀଦ ଭଗତ ସିଂ ଯୁବକ ସଂଘ ଆନୁକୂଲ୍ୟରେ ଡୋଲୀପୁର ସ୍ଥିତ ବ୍ୟାସଶ୍ରୀ କଳାନିକେତନ ପ୍ରାଙ୍ଗଣରେ ୮ତମ ବିଶ୍ୱ ଧଳାବାଡି ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବ୍ୟଙ୍ଗ କବି ବାଇଧର ମାଝୀ ମଞ୍ଚ ପରିଚାଳନା କରିବାସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଉଦ୍ଘାଟକ ରୂପେ ୧ ନମ୍ବର ୱାର୍ଡର କାଉନସିଲର ବିଜୟ କୁମାର ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଯୁଗ୍ମ ସଚିବ ତଥା ବିଶିଷ୍ଟ ସମାଜସେବୀ ପୀୟୂଷକାନ୍ତ ପାଣି ଉପସ୍ଥିତ ରହିଥିଲେ। ସମ୍ମାନୀତ ଅତିଥି ରୂପେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ , ଶ୍ରମିକନେତା ନାରାୟଣ ଚନ୍ଦ୍ର ନାୟକ, ବିଶିଷ୍ଟ ସାମ୍ବାଦିକ ବିଜୟ କୁମାର ସାହୁ ଉପସ୍ଥିତ ରହି ଧଳାବାଡି ଦିବସ ପାଳନର ଯଥାର୍ଥତା ବିଷୟରେ ଆଲୋକ ପାତ କରିବା ସହିତ ଦୃଷ୍ଟିବାଧିତ ମାନଙ୍କ ଉନ୍ନତି ଓ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ଧଳାବାଡ଼ି ଦିବସରେ ସଂଘ ପକ୍ଷରୁ ଦୃଷ୍ଟିବାଧିତ ମାନଙ୍କୁ ଅତିଥିମାନଙ୍କ କରକମଳରେ ଧଳାବାଡ଼ି ପ୍ରଦାନ କରାଯାଇଥିଲା । ସର୍ବଶେଷରେ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର ଧନ୍ୟବାଦ ଅର୍ପଣ କରିଥିଲେ ।
ସଂଘର ସହ-ସମ୍ପାଦକ ଅକ୍ଷୟ କୁମାର ନାୟକ ,ଉପସଭାପତି କଳିଙ୍ଗ ପହି, କାର୍ଯ୍ୟକାରୀ ସଭାପତି ସମୀର ରାୟ, ବରିଷ୍ଠ ସଭ୍ୟ ରମେଶ ବିଶ୍ୱାଳ, ଚିନ୍ତାମଣି ମଲ୍ଲିକ, ମାନସ ରଞ୍ଜନ ରାଉତ, ବିଜୟ ନନ୍ଦୀ, ପରୀକ୍ଷିତ ମଲ୍ଲିକ, ହେମନ୍ତ ନାୟକ, ଭଗବାନ ପଣ୍ଡା, ଖଗେଶ୍ୱର ମଲ୍ଲିକ ଇନ୍ଦ୍ରମଣୀ ଗାଗରାଇ, ମନ୍ମଥ ରାଉତ, ସନାତନ ମଳିକ,ପାର୍ଥସାରଥୀ ସ୍ୱାଇଁ ,ସେକ ସଲିମ୍,ବଟକୃଷ୍ଣ ବଳ, କୁଆଁର ହେମ୍ବ୍ରମ ଇତ୍ୟାଦି କାର୍ଯ୍ୟକ୍ରମରେ ସହଭାଗିତା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ବନ୍ଧୁ ଏବଂ ସହରର ବୁଦ୍ଧିଜୀବି ମାନେ ଉପସ୍ଥିତ ରହି ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିଲେ ।