Wednesday , May 31 2023
Breaking News
Home / ବିଶେଷ / ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜ୍ଞାନ ଦୀପ ଫାଉଣ୍ଡେସନ୍ ର ବିଶ୍ୱଛାତ୍ର ଦିବସ ୨୦୨୨

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜ୍ଞାନ ଦୀପ ଫାଉଣ୍ଡେସନ୍ ର ବିଶ୍ୱଛାତ୍ର ଦିବସ ୨୦୨୨

ଭୁବନେଶ୍ୱର, ୧୫/୧୦/୨୦୨୨ (ଓଡ଼ିଶା ସମାଚାର)- ଭାରତରତ୍ନ ପ୍ରାପ୍ତ, ମିସାଇଲ୍ ମ୍ୟାନ୍ ତଥା ଭାରତର ପୂର୍ବତନ ମହାନ ରାଷ୍ଟ୍ରପତି ଡଃ ଏ.ପି.ଜେ. ଅବଦୁଲ କଲାମ ଙ୍କ ଜନ୍ମ ଜୟନ୍ତୀ ତଥା ବିଶ୍ୱଛାତ୍ର ଦିବସ ଅବସରରେ ଜୟନ୍ତୀ ପାଳନ ଓ ଦୁଇ ଦିନିଆ ବିଜ୍ଞାନ ମେଳାର ଆୟୋଜନ ଭୁବନେଶ୍ୱର ସାଲିଆସାହିରେ କରାଯାଇଛି । ବିଜ୍ଞାନ ମେଳା ଉଦଘାଟନୀ ଉତ୍ସବରେ ଶ୍ରୀଯୁକ୍ତ ଆକାଶ ଦାସନାୟକ (ବିଶିଷ୍ଟ ଓଡିଆ ସିନେ ତାରକା, ସମାଜସେବୀ, ଅଧ୍ୟକ୍ଷ “ମୋ କଲେଜ” ଅଭିଯାନ), ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ (ବିଶିଷ୍ଟ ସମାଜ ସେବୀ, ଅଧ୍ୟକ୍ଷ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ, ସଭାପତି ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସାଲିଆସାହି, ଶ୍ରୀମାନ୍ ଅନିଲ ପ୍ରଧାନ (ସି.ଇ.ଓ. ୟଙ୍ଗ୍ଟିଙ୍କର ଏକାଡେମୀ), ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା (ୱାର୍ଡ ନଂ-୨୦, ବି.ଏମ୍.ସି.) ଶ୍ରୀଯୁକ୍ତ ସମ୍ବିତ ନନ୍ଦ (ମାର୍ଗଦର୍ଶକ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସାଲିଆସାହି), ଅଧ୍ୟାପକ ସଂଜୀବ ରାୟ (ବାଉରୀବନ୍ଧୁ ମହାବିଦ୍ୟାଳୟ, ଛତାବର ଅତିଥି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ସଭାପତି ଶ୍ରୀଯୁକ୍ତ ପାଇକରାୟସଭା ପରିଚାଳନା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଅବଦୁଲ କଲାମଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ବାର୍ତା ରଖିଥିଲେ । ଶ୍ରୀଯୁକ୍ତ ଆକାଶ ଦାସନାୟକ ଛାତ୍ରଛାତ୍ରୀମାନଙ୍କର ଲକ୍ଷ କିପରି ହେବା ଆବଶ୍ୟକ ଓ ଲକ୍ଷକୁ ପ୍ରାପ୍ତ କରିବା ପାଇଁ କିଛି କୌଶଳ ନିଜ ବାର୍ତା ମାଧ୍ୟମରେ କହିଥିଲେ ଓ ମୋ ଓଡିଶା ଗୀତ ନିଜେ ବୋଲି ପିଲାମାନଙ୍କୁ ବୋଲିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ଯୁବବିଜ୍ଞାନୀ ଅନିଲ ପ୍ରଧାନ ପିଲାମାନଙ୍କ ନିକଟରେ ଲୁଚିଥିବା ଅନ୍ତର୍ନିହିତ ଗୁଣ ପ୍ରକାଶ କରିବା ନିମନ୍ତେ ନିଜର ଇଛାଶକ୍ତିକୁ ପ୍ରକାଶ କରିବା ନିମନ୍ତେ ନିଜର ବାର୍ତା ମାଧ୍ୟମରେ କହିଥିଲେ । ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା ବିଶ୍ୱଛାତ୍ର ଦିବସ ପାଳନ ନିମନ୍ତେ ଜ୍ଞାନ ଦୀପ ଫାଉଣ୍ଡେସନ୍ ର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ରୀଯୁକ୍ତ ସମ୍ବିତ ନନ୍ଦ କଲାମଙ୍କ ବିଷୟରେ ବହି ପଢିବା ଓ ଶ୍ରେଣୀ ଶିକ୍ଷକ ମାନଙ୍କ ନିକଟରୁ ବୁଝିବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ସଭାପତି ଶ୍ରୀଯୁକ୍ତ ପାଇକରାୟ ସଭା ପରିଚାଳନା କରିଥିଲେ । ବିଜ୍ଞାନ ମେଳାର ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମାନ୍ ମେଘାନ ସାହୁ ତତ୍ୱାବଧାରକ କରିଥିଲେ । ଛାତ୍ର ଦିବସ ଅବସରରେ କିଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସମ୍ପାଦକ ଓ ସମସ୍ତ ଗୁରୁଜୀ ଗୁରୁମାବୃନ୍ଦ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.