Saturday , June 10 2023
Breaking News
Home / କୃଷି / ସରକାରୀକା ମାଲ , ଦରିଆ ମେଁ ଡ଼ାଲ –

ସରକାରୀକା ମାଲ , ଦରିଆ ମେଁ ଡ଼ାଲ –

କଳାହାଣ୍ଡି ଜିଲ୍ଲା : ଡାକ କୋଟା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭରୁ ଫେଲ – –

କଳାହାଣ୍ଡି ,୧୫/୧୦/୨୦୨୨(ଓଡ଼ିଶା ସମାଚାର/ସଂଜୟ ସିଂହ)- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର  ଚାଷୀମାନଙ୍କ ପାଇଁ ଯୋଜନ ଉପରେ ଯୋଜନା କରୁଛନ୍ତି। ଏବଂ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଣି ବୋହିଲା ପରି  ଖର୍ଚ୍ଚ ମଧ୍ୟ କରୁଛନ୍ତି। ଚାଷ କେମିତି ଭଲ ହେବ, ଚାଷି କେମିତି ଲାଭବାନ ହେବେ , ଚାଷି ଙ୍କ ପରିବାର ପିଲାଛୁଆ କେମିତି ଭଲ ରେ ରହିବେ ବୋଲି ସରକାର୍  ଚିନ୍ତା କରୁଥିବା ବେଳେ ଏ ଠାରେ କିଛି ଓଲଟା ଚିତ୍ର ଦେଖିବାକୁ ମିଳିଛି।

କଳାହାଣ୍ଡି  ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ର ଗୋପାଳପୁର ପଂଚାୟତ ଅନ୍ତର୍ଗତ ଡାକ କୋଟା ଠାରେ ୨୦୧୮ /୧୯ ମସିହା ଇନ୍ଦ୍ରାବତୀ ନଦୀ ଠାରେ ପନ୍ଦର ଲକ୍ଷ୍ୟ କୋଡ଼ିଏ ହଜାର ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୨୦ ହେକ୍ଟର ଚାଷ ଜମିରେ ଜଳ ସେଚନ  କରାଯିବା ନେଇ ଲକ୍ଷ ଧାର୍ୟ୍ୟ କରାଯାଇଥିଲା। ହେଲେ ବିଦୁ୍ୟତ୍ ଖମ୍ବ, ବିଦୂତ୍ ତାର,  ଟ୍ରାନ୍ସଫର୍ମର, ମୋଟର, ଷ୍ଟାଟର, ପାନେଲ ବୋର୍ଡ, ପାଇପ ବିଛା ହୋଇ ପାଣି ଯୋଗାଣ ପାଇଁ ଇନଟେକ୍ ବେସିନ୍  ୱେଲ ମଧ୍ୟ ତିଆରି ହୋଇ ଥିବା ଚିତ୍ର ରେ ଦେଖିବାକୁ ମିଳୁଛି। ହେଲେ ଦୁର୍ଭାଗ୍ୟ ର ବିଷୟ ଏଠି ଦାୟିତ୍ଵ ରେ ଥିବା   ବିଭାଗୀୟ ଅଧିକାରମାନଙ୍କ ଉଦାସୀନ ମନୋଭାବ ଏବଂ ଠିକାଦାର ପୋଷଣ ନୀତି ଯୋଗୁଁ ନିର୍ମାଣ ହୋଇଥିବା ପ୍ରକଳ୍ପ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ   ପ୍ରାୟ ପାଞ୍ଚ ବର୍ଷ ପୁରଣ ହେବାକୁ ବସିଲାଣି । ହେଲେ ଆଜି ପର୍ୟ୍ୟନ୍ତ ଏହି ପ୍ରକଳ୍ପ  କାର୍ୟ୍ୟକ୍ଷମ ହୋଇ ପାରିନାହିଁ କି ବୁନ୍ଦାଏ ପାଣି ମଧ୍ୟ କୃଷି କ୍ଷେତ୍ରକୁ ଯାଇନାହିଁ । ଯାହାଫଳରେ ଅଚଳ ଅବସ୍ଥାରେ ପଡିରହି ପ୍ରକଳ୍ପ ର ଯନ୍ତ୍ରାଂଶ ଖତ ଖାଇବାକୁ ବସିଲାଣି ।  ଏହାକୁ ନେଇ   ଚାଷୀ ମହଲ ରେ ତୀବ୍ର ଅସନ୍ତୋଷ ର ବାତା ବରଣ ଦେଖାଦେଇଛି। ପାଣି ପାଇଁ ଚାଷି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତା, ମନ୍ତ୍ରୀ, ବିଡିଓ ,   ଏବଂ ଜିଲ୍ଲାପାଳଙ୍କ  ପର୍ଯ୍ୟନ୍ତ  ସମସ୍ତ ଙ୍କୁ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ବିଭାଗିୟ ଅଧିକାରୀ ଓ ପ୍ରଶାସନ  କାହିଁକି ଚୁପ୍ ରହୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.