ନିରାକାରପୁର, ୧୫/୧୦/୨୦୨୨(ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ପଞ୍ଚାୟତ ପଦ୍ମପୁର ଗ୍ରାମରେ ଜଣେ ନାବାଳିକା ଛାତ୍ରୀ ର ଆତ୍ମହତ୍ୟା କୁ ନେଇ ବେଶ ଉତେଜନା ଦେଖାଦେଇଥିଲା। କିନ୍ତୁ ନିରାକାରପୁର ପୋଲିସ ପଦକ୍ଷେପ ନେବା ପରେ ଶେଷରେ ନାବାଳିକା ଶବ ବ୍ୟବଚ୍ଛଦ ହୋଇ ଆସିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପ୍ରକାଶ ଥାଉ କି ମୃତକ ଜଣଙ୍କ ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ ୧୭ବର୍ଷ। ଇପସିତା +୨ ପ୍ରଥମ ବର୍ଷ ଛାତ୍ରୀ।ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଓ ତାର ଭାଇ ଓ ବାପା ମିଶି ଇପସିତାକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏ ନେଇ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ ଇପସିତା ଓ ତାର ପରିବାର ଲୋକେ। ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ।
ସମାଧାନ ପରେ ନିର୍ଯ୍ୟାତନା ବଢିଚାଲିଥିଲା । ଇପସିତା କଲେଜ ଯାଉଥିବା ବେଳେ ଉକ୍ତ ସାଂଖ୍ୟ ଲଘୁ ସପ୍ରଦୟ ଯୁବକ ଓ ତାର ଭାଇମାନେ ବାଟରେ ଘାଟରେ କରୁଥିଲେ ହଇରାଣ। ଗତକାଲି ଉକ୍ତ ଯୁବକ ଇପସିତା କୁ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ଆଇଆଇସି ଗୀତାଞ୍ଜଳି ନାୟକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ଅଭିଯୁକ୍ତ ପରିବାରର ୫ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି। ଅପରାହ୍ନରେ ଇପଶିତାର ଶବ ଗାଁକୁ ଆସିବା ପରେ ଉତ୍ତ୍ୟକ୍ତ ଲୋକ ଶବକୁ ଧରି କିଛି ସମୟ ହୋହାଲ୍ଲା କରିବା ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରି ୫ ଜଣଙ୍କୁ ଅଟକ ରଖିଛି ଓ ଦୋଷୀଙ୍କୁ ଦଣ୍ଡ ନିଶ୍ଚିତ ଦିଆଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ସେମାନେ ଅନ୍ଦୋଳନରୁ ହଟିଯାଇଥିଲେ। ଓଡ଼ିଶା ସମାଚାର