Wednesday , May 31 2023
Home / ବିଶେଷ / ମାଗଣା ଚକ୍ଷୁଚିକିସା ଶିବିର

ମାଗଣା ଚକ୍ଷୁଚିକିସା ଶିବିର

 ନିରାକାରପୁର,୧୫/୧୦/୨୦୨୨(ଓଡ଼ିଶା ସମାଚାର)-ଚକ୍ଷୁଦାନ ମହତ ପୂଣ୍ୟ।ଅନ୍ୟକୁ ଚକ୍ଷୁଦାନ କରି ସମାଜ କଲ୍ୟାଣର ବାର୍ତାପ୍ରଚାରକରି ଖୋର୍ଦ୍ଧାଜିଲା ବେଗୁନିଆ ବ୍ଲକର ବୋତଳମା ଗ୍ରାମପଂଚାୟତ ଅନ୍ତର୍ଗତ ଛତ୍ରପଡା ଗ୍ରାମର ଅଗ୍ରଣୀସ୍ବେଛାସେବୀ ସଂଗଠନ କଳିଗଂକ୍ଲବ ସହାୟତାରେ ଭୂବନେଶ୍ବରସ୍ଥିତ ଆଡଭାନସ୍ ଚକ୍ଷୁ ଚିକିସାଳୟ ସହାୟତାରେ ଚକ୍ଷୁ ଚିକିସା ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ବ୍ରହ୍ମକୁମାରୀ ଇଶ୍ବରୀୟ ବିଦ୍ୟାଳୟ ଜଂକିଆଶାଖାର ସଂଯୋଜକ ଶ୍ରୀ ଅଭିମନ୍ୟୁବାରିକ ସହାୟତା କରିଥିଲେ। ସମାଜସେବୀ ଫକିର ଛୋଟରାୟକଂ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳିଗଂକ୍ଲବର ୪୦ଜଣ ସ୍ବେଛାସେବୀ ଯୁବବଂଧୁ କ୍ଲବର ସଭାପତି ଶ୍ରୀ ସୁନିଲ କୁମାର ସୁଂଦରାୟ, ସଂପାଦକ ସଂଜୟ କୁମାର ପାଇକରାୟ,ସଭ୍ୟ ଘନଶ୍ୟାମ ପ୍ରଧାନ,ଚିତରଂଜନ ମହାପାତ୍ର, ବାବୁରାୟ,ନରେଂଦ୍ରକୁମାର ଦଳେଇ,ଓକି ମତଗଜସିଂହ,ଟିମା ମାର୍ଥା,ଡୁଗୁ ସାମନ୍ତରାୟ, ଜଗା ବିଶ୍ବାଳ ପ୍ରମୂଖ ମୂଖ୍ୟ ଭୁମିକାରେ ରହି ଶିବିରକୁ ପରିଚାଳନା କରିଥିଲେ।ସ୍ଥାନୀୟ ଅଂଚଳର ଶତାଧିକ ଚକ୍ଷୁରୋଗୀ ସେମାନକଂ ଚକ୍ଷୁ ପରୀକ୍ଷା କରିଥିଲେ।ସେମାନକଂ ମଧ୍ୟରୁ ୧୧ଜଣକୁ ଅସ୍ତ୍ରପ୍ରଚାର ନିମନ୍ତେ ମନୋନୀତ କରାଯାଇ ସେମାନକୁଂ ଭୁବନେଶ୍ବରସ୍ଥିତ ହସପିଟାଲ ପଠାଯାଇଥିଲା।ସେଠାରେ ମାଗଣାରେ ଅସ୍ତ୍ରପ୍ରଚାରକରି ଏପରିକି ଏହି ରୋଗୀମାନକୁଂ ମାଗଣାରେ ଖାଦ୍ୟପାନୀୟ ଯୋଗାଇ ଦିଆଯାଇଥିଲା।ଏହି ରୋଗୀମାନକୁଂ ମାଗଣାରେ ସେମାନକଂ ଘରେ ପହଁଚାଇ ଦିଆଯାଇଥିଲା। ବରିଷ୍ଠ ଚକ୍ଷୁବିଶେଷଜ୍ଞ ଡକ୍ଟର ଦୀପକ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିବାବେଳେ ଯୁବକବି ତଥା ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଜଗନ୍ନାଥ ଅଷ୍ଟୋକମ ଶ୍ଳୋକ ପାଠ କରିଥିବାବେଳେ ପାଖରେ ଅବସରପ୍ରାପ୍ତ ଆରକ୍ଷୀକର୍ମଚାରୀ ସୁଦର୍ଶନ ମଂଗରାଜ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଦ୍ବାରା କଳିଗଂକ୍ଲବର ସ୍ବେଛାସେବୀ ମାନକୁଂ ଜନସାଧାରଣରେ ପ୍ରଶଂସା କରାଯାଇଥିଲା।

Leave a Reply

Your email address will not be published.