ଭୁବନ ୧୫/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାଙ୍କିଆ ଗ୍ରାମ ବିଲ ମଧ୍ୟରେ ଗତ କାଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଥିବା ବେଳେ ଆଜି ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଡିଏଫଓ ପ୍ରକାଶ ଚାନ୍ଦ ଗୁଗୁନେନି , ଭୁବନ ଫରେଷ୍ଟ ରେଞ୍ଜର ଅନିତା ସେଠୀ , ଫରେଷ୍ଟର କବିତା ବିଶ୍ୱାଳ ଓ କାମାକ୍ଷାନଗର କର୍ମଚାରୀ ତଦନ୍ତ କରି ଗତକାଲି ମଧ୍ୟ ରାତ୍ରରେ ରାଙ୍କିଆ ଗ୍ରାମର ରମେଶ ନନ୍ତିଆ , ମାନସ ପାତ୍ର ଓ ମାଝି ପାତ୍ର ନାମକ ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର