କଟକ ସଦର ୧୫/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନ କଲିକତା ସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିଵ୍ୟାଙ୍ଗ ଜନ ସନ୍ଥାନ ( ଏନଆଇଏଲଡି ) ର ନିର୍ଦେଶକ ଦାୟିତ୍ଵ ଡକ୍ଟର ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସସ୍ଥାନ ( ନିରତାର) ର କାର୍ଯ୍ୟକାରୀ ନିର୍ଦେଶକ ଥିବା ଡକ୍ଟର ମହାନ୍ତି ଗତ ଗୁରୁବାର କୋଲକାତା ଠାରେ ଏହି ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାପଡିଛି। ମନ୍ତ୍ରଣାଳୟର ଯୁଗ୍ମ ସଚିଵଙ୍କ ଚିଠି ଅନୁସାରେ ସିଏ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ଵରେ ରହିଵେ। ଭୈ।ତିକ ଚିକିତ୍ସା ( ଫିଜିଓଥେରାପି) କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡକ୍ଟର ମହାନ୍ତିଙ୍କ ନୂତନ କାର୍ଯ୍ୟଭାର ଗ୍ରହଣକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ସୂଚନାଯୋଗ୍ୟ ଯେ ଡକ୍ଟର ମହାନ୍ତିଙ୍କ ଘର କଟକ ଜିଲ୍ଲା କିଶନନଗର ଥାନା ଓ ତହସିଲ ଅନ୍ତର୍ଗତ ମଲ୍ଲିପୁର ଗ୍ରାମରେ ବୋଲି ଜଣାଯାଇଛି। ଏଥିପାଇଁ କିଶନନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ସମାଚାର