ଭୁବନ ୧୪/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ତରଫରୁ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମାନସିକ ଅନଗ୍ରସର ୩୫ ଜଣ , ଅସ୍ଥିଶଲ୍ୟ ୬୯ ଜଣ , ଶ୍ରବଣ ବାଧକ ୨୭ , ଦୃଷ୍ଟି ବାଧକ ୨୯ ଜଣ , ମେଡିସିନ ୧୧ ଜଣ ସମୁଦାୟ ୧୭୧ ଜଣ ଭିନ୍ନକ୍ଷମ ଙ୍କୁ ବିଶେଷଜ୍ଞ ଙ୍କ ଦ୍ୱାରା ପରୀକ୍ଷା କରାଯାଇଥିବା ବ୍ଲକ ସୂତ୍ରରୁ ଜଣାପଡିଛି । ବ୍ଲକ ଆକାଉଂଟ୍ସ ଅଫିସର ପ୍ରଶାନ୍ତ କୁମାର ବିଶ୍ୱାଳ ଙ୍କ ତତ୍ୱାବଧାନରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପ୍ରଦ୍ୟୋତ କୁମାର ବେହେରା , ଭେଷଜ ବିଶେଷଜ୍ଞ ଡା.ରାଜ କିଶୋର ସେଠୀ , ବିଡିଓ କଲ୍ୟାଣ ସୌରଭ ଦାଶ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଜନ କୁମାର ମିଶ୍ର , ଜିପିଇଓ ଶ୍ରୀକାନ୍ତ ବେହେରା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣି୍ଟଆ ପ୍ରମୁଖ ଉପସ୍ଥିତ ଥିଲେ । ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଏନ ଏସ ଏସ , ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଓ ଭୁବନ ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ଓଡ଼ିଶା ସମାଚାର