ନିରାକାରପୁର ୧୪/୧୦/୨୦୨୨(ଓଡ଼ିଶା ସମାଚାର)-ଦୀର୍ଘ ଦିନର ଦାବଶ ପରେ ପ୍ରଶାସନର ନିଦ ଭାଙ୍ଗିଲା ଆଉ ଶେଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିରାକାରପୁର – କାଶୀପୁର ଖାଲ ରାସ୍ତାକୁ ସିମେଂଟ ଢଳେଇ ପଡ଼ି ପକ୍କ୍ା ରାସ୍ତାରେ ପରିଣତ କାର୍ୟ୍ୟ ଆରମ୍ଭ ହୋଇଛି । ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସାମ୍ବାଦିକମାନଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଦାବି ପୂରଣ ହୋଇଥିବା ଜଣାପଡ଼ିଛି । ଏହା ପରେ ଏହି ରାସ୍ତା ଦେଇ ଯାତାୟତ ସୁଗମ ହେବ ହେବ ବୋଲି ଜଣାପଡ଼ିଛି ।ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟବଜାରରୁ କାଶୀପୁର ରାସ୍ତାର କିଛି ମରଣଯନ୍ତା ପାଲଟିଥିଲା । ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ନିରାକାରପୁର ରେଳ ଷ୍ଟେସନକୁ ସଂଯୋଗ କରିବା ସହ କାଶୀପୁର ଓ ମୋରମୋରସିଂ ଗ୍ରାମକୁ ଯାତାୟତର ଏକମାତ୍ର ମାର୍ଗ । ଉକ୍ତ ରାସ୍ତାର ନନପଡ଼ା ସାହି ନିକଟରେ ବିରାଟ ବିରାଟ ଖାଲଖମା ହେବା ଦ୍ୱାରା ବର୍ଷା ଦିନେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଅନେକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଥିଲା । ବର୍ଷା ଦିନ ବ୍ୟତିତ ମଧ୍ୟ ରାସ୍ତାରେ ଖାଲଖମା ହୋଇଥିବାରୁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଷ୍ଟେସନକୁ ଯାଉଥିବା ରେଳଯାତ୍ରୀ ।
ସେହି ରାସ୍ତା ଦେଇ ଦୈନନ୍ଦିନ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଉଥିବାବେଳେ ଉକ୍ତ ସ୍ଥାନରେ ପାଣିରେ ବୁଡ଼ି ଓଦା ହୋଇ ଯାଉଥିବାରେ ମଧ୍ୟ ଦେଖିବାକୁ ମିଳୁଥିଲା । ଉକ୍ତ ସ୍ଥାନରେ ବର୍ଷା ଜଳ ନିଷ୍କାସନ ପାଇଁ ସୁବିଧା ନ ଥିବାରୁ ଏପରି ଘଟଣା ଘଟୁଥିଲା । ଓଡ଼ିଶା ସମାଚାର