ଭୁବନେଶ୍ୱର, ୧୪/୧୦/୨୦୨୨ (ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ଅନୁମୋଦନ କ୍ରମେ ରାଜ୍ୟ ସରକାର ଆଜି ୩୮୪ ଜଣ ସମବାୟ ବ୍ୟାଙ୍କିଙ୍ଗ୍ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରଯାଇଛି।
ଓଡିଶା ପଣ୍ୟାଗାର ନିଗମରେ ସହକାରୀ ଯନ୍ତ୍ରୀ , ସହକାରୀ ପରିଚାଳକ , ଅଧୀକ୍ଷକ , ସହକାରୀ ଅଧୀକ୍ଷକ ଓ ଗୋଦାମ ସହାୟକ ଭାବେ ୨୮ ଜଣଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ।
ରାଜ୍ୟର ସମବାୟ ଅନୁଷ୍ଠାନ ଗୁଡିକୁ 5T ମନ୍ତ୍ର ଆଧାରରେ ପରିଚାଳିତ କରି ଲୋକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ୨୦୬୩ ଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀ କରଣ କରାଯାଇଛି , ଯାହାକି ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।
ପ୍ରାଥମିକ କୃଷି ସମବାୟ ସମିତି କମ୍ପ୍ୟୁଟରୀ କରଣ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଗ୍ରାମାଂଚଳରେ ସମବାୟ ସେବା ପ୍ରଦାନ କ୍ଷେତ୍ରରେ ଏହି ବ୍ୟବସ୍ଥା ଏକ ବୈପ୍ଳବିକ ପରିବର୍ତନ ଆଣିବ । ଯେଉଁମାନେ ନୂଆକରି ସରକାରୀ ଚାକିରୀରେ ନିଯୁକ୍ତି ପାଉଛନ୍ତି, ସମସ୍ତଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ସେ କହିଛନ୍ତି “ମୋର ଦୃଢ ଆଶା ଓ ବିଶ୍ୱାସ ଆପଣମାନେ ନିଷ୍ଠା ଓ ଆନ୍ତରିକତାର ସହ ଏକ ଉତ୍ସର୍ଗୀକୃତ ମନୋଭାବ ନେଇ ଜନସାଧରଣଙ୍କୁ ସେବା ପ୍ରଦାନ କରିବେ”