Wednesday , May 31 2023
Breaking News
Home / ଶିକ୍ଷା / ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ସଫଳତା

ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ସଫଳତା

ନିରାକାରପୁର,୧୪/୧୦/୨୦୨୨ (ଓଡ଼ିଶା ସମାଚାର)-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଆର୍ଯ୍ୟ ବିହାର,ନିରାକାରପୁରର ଛାତ୍ରଛାତ୍ରୀ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ଶିଶୁମନ୍ଦିର ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସଦ୍ୟ ପ୍ରକାଶିତ ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଟାଙ୍ଗି ବ୍ଲକ୍ ସ୍ତରରେ ସରୋଜ କୁମାର ବାରିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସ୍ମୃତିରେଖା ସାହୁ ଓ ଦେବାଶ୍ରିତା ମିଶ୍ର ଯଥାକ୍ରମେ ୫ମ ଓ ୧୦ମ ସ୍ଥାନ ଅଧିକାର କରି ବିଦ୍ୟାଳୟର ମାନବୃଦ୍ଧି କରିଛନ୍ତି। ଏହି ତିନି କୃତି ବିଦ୍ୟାର୍ଥୀଙ୍କୁ ବିଦ୍ୟାମନ୍ଦିର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ,ପ୍ରଧାନ ଆଚାର୍ଯ୍ୟ ନଳିନୀ ରଥ ଓ ସମସ୍ତ ଗୁରୁଜୀ ଗୁରୁମା କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟୁତପ୍ରଭା ଗୁରୁମା, ମମତା ଗୁରୁମା, ବିନୋଦ ଗୁରୁଜୀ, ଆଦିତ୍ୟ ଗୁରୁଜୀ,ଲିପକ ଗୁରୁଜୀ,ନିହାର ଗୁରୁଜୀ ଓ ସନ୍ଧ୍ୟା ଗୁରୁମା ପରିଚାଳନା କରିଥିଲେ।

Leave a Reply

Your email address will not be published.