Wednesday , May 31 2023
Breaking News
Home / ବିଶେଷ / ଜହ୍ନି ଓଷା ଉପଲକ୍ଷେ ଦାବଝରଣ ଠାରେ ଡ଼୍ୟାନ୍ସ ପ୍ରତିଯୋଗିତା

ଜହ୍ନି ଓଷା ଉପଲକ୍ଷେ ଦାବଝରଣ ଠାରେ ଡ଼୍ୟାନ୍ସ ପ୍ରତିଯୋଗିତା

ଜୁନାଗଡ଼, ୧୪ /୧୦/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଅନ୍ତର୍ଗତ ଦାବଝରଣ ଠାରେ ଜହ୍ନି ଓଷା ଉପଲକ୍ଷେ ଡ଼୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଡ଼୍ୟାନ୍ସ ପ୍ରତିଯୋଗିତା କିଶୋରୀ ବାଳିକା ଓ ମାଁ ବସ୍ତରେନ୍ ସାସ୍କୃତିକ ଅନୁଷ୍ଠାନ ଓ ମନ୍ଟୁ ମେହେର ରମେଶ ଶବର ଦୀପକ ମେହେର ଧର୍ମେନ୍ଦ୍ର ଶବର ଆୟୋଜନ କରିଥିଲେ।ମୂଖ୍ୟ ଅତିଥି ଭାବେ ସରପଞ୍ଚ ନିଳ ଗଗନ ମେହେର ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ଅତିଥି ଭାବେ ୱାର୍ଡ ମେମ୍ବର ମାଧବୀ ଦୁର୍ଗା ବିଦୁର ମେହେର ସିନ୍ଦୁରାମ ଶବର ଗଣେଶ ଶବର ରାଧେଶ୍ୟାମ ନାଏକ ବିଷ୍ଣୁ ଶବର ଲବ ମେହେର ରୋହିତ ମେହେର ଲୋକନାଥ ମାଝୀ ବିଘ୍ନରାଜ୍ ଶବର ଏବଂ ସାମ୍ବାଦିକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତାରେ (୧୩)ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ପ୍ରଥମ ପୁରସ୍କାର ପାଇଥିଲେ କୋକସରା ବ୍ଳକର ମିସ୍ ବନିତା।ଏହି ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭିଡ ହୋଇଥିଲେ।

Leave a Reply

Your email address will not be published.