ଜୁନାଗଡ଼, ୧୪/୧୦/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ସହରରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ଚାଲିଥିବାବେଳେ ଏଥିନେଇ ସାରା ସହର ଉତ୍ସବ ମୁଖର ହୋଇ ପଡିଛି। ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସ ଷ୍ଟାଣ୍ଡ, ହିଗିଲି ବାହାଳୀ ଓ ମାରବାଡ଼ି ପଡା ଦୁର୍ଗା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଉଛି।ଏହିସବୁ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ, ସୁନ୍ଦର ଅଲୋକମାଲରେ ସଜ୍ଜିତ କରାଯାଇଛି। କୁମାର ପୁର୍ଣିମାରୁ ଆରମ୍ଭ ହୋଇଥିବା ଧନଦାତ୍ରୀମା ଲକ୍ଷ୍ମୀଙ୍କ ପୂଜା ସାତଦିନ ଧରି ଅନୁଷ୍ଠିତ ହେବ।ଏଥିନେଇ ପ୍ରତେକ ପୂଜା କମିଟି ତରଫରୁ ବ୍ୟାପକ ଆୟୋଜନ କରାଯାଇଛି।
ପ୍ରତେକ ଦିନ ଅନ୍ନଭୋଗ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଜଲକ୍ଷ୍ମୀ ପୂଜା ନେଇ ସହର ଉତ୍ସବ ମୁଖର ହେବାସହ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି। ଏପଟେ ଦୈନିକ ବଜାର ପଡ଼ିଆରେ ମିନା ବଜାର ଏବଂ ପୂଜା ସ୍ଥଳରେ ଅସ୍ଥାୟୀ ଦୋକାନ ବଜାର ଖୋଲିଛି। ପୂଜା ମଣ୍ଡପ ଏବଂ ଏହିସବୁ ସ୍ଥାନରେ ପ୍ରବଳ ଜନଗହଳି ହେଉଛି। । ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ପୁରୁଣା ବସଷ୍ଟାଣ୍ଡ,ନୁଆ ବସଷ୍ଟାଣ୍ଡ ଅଂଚଳରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଯାଉଛି।