କଟକ ସଦର, ୧୪/୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତକାଲି ୧୩ ତାରିଖ ଗୁରୁବାର ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଵା ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ମାନଙ୍କ ବଦଳି ତାଲିକା ଅନୁଯାୟୀ ଭଦ୍ରକ ତହସିଲଦାର ଥିବା ମଧୁସୂଦନ ନାୟକ କିଶନନଗର ତହସିଲରେ ତହସିଲଦାର ଭାବେ ଯୋଗ ଦେଵେ ଵୋଲି ଜଣାପଡିଛି। ଏଠାରେ କାର୍ଯ୍ୟରତ ତହସିଲଦାର ଇନ୍ଦିରା ସାହୁଙ୍କର କେଉଁଠିକୁ ଵଦଳୀ ହୋଇଛି ତାହାର ତାଲିକା ଵାହାରି ନଥିଵା ଵେଳେ ନୂଆ ତହସିଲଦାର ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶନାମା ରହିଛି।ତେଵେ ଏଠାରେ ବିବାଦୀୟ ହୋଇପଡିଥିବା ତହସିଲଦାର ଇନ୍ଦିରା ସାହୁଙ୍କ ଵଦଳୀ ଖଵର ଜଣାପଡିଵା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଥିବା ବେଳେ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।