Saturday , June 10 2023
Breaking News
Home / ବିଶେଷ / ହାଇସିକ୍ୟୁରିଟି ନମ୍ଵର ପ୍ଲେଟକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ପଞ୍ଜିକରଣ ଅବଧି ଵର୍ଷେ ବଢ଼ାଇବାକୁ ପ୍ରାର୍ଥନା

ହାଇସିକ୍ୟୁରିଟି ନମ୍ଵର ପ୍ଲେଟକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ପଞ୍ଜିକରଣ ଅବଧି ଵର୍ଷେ ବଢ଼ାଇବାକୁ ପ୍ରାର୍ଥନା

କଟକ ସଦର, ୧୩  /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇସିକ୍ୟୁରିଟି (ଉଚ୍ଚ ସୁରକ୍ଷା) ନମ୍ବର ପ୍ଲେଟ୍ ଲଗାଇଵା ନିମନ୍ତେ ପଞ୍ଜିକରଣ ଅବଧିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ମାସ ବୃଦ୍ଧି କରାଯାଇଛି।ହେଲେ ଜନସାଧାରଣଙ୍କ ସ୍ୱ।ର୍ଥ ଦୃଷ୍ଟିରୁ ଏହି ଏକ ମାସ ଅବଧିକୁ ଏକ ଵର୍ଷ ବୃଦ୍ଧି କରାଯିବା ସହ ଉଭୟ ଅନଲାଇନ୍ ଓ ଅନଲାଇନ୍ ଜରିଆରେ ଆବେଦନ ଓ ଅର୍ଥ ପୈଠ ନିମନ୍ତେ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଆବେଦନକାରିଣୀ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରାର୍ଥନା କରାଯାଇଥିବା ବେଳେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ,ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ, କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ପରିବହନ ମନ୍ତ୍ରଣାଳୟ ଏସଆଇଏଏମ୍,କଟକ ଆରଟିଓ,କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାପଡ଼ିଛି।ଆଵେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଵିଜୟ କୁମାର ରଗଡ ମାମଲା ପରିଚାଳନା କରୁଛନ୍ତି।

Leave a Reply

Your email address will not be published.