Wednesday , May 31 2023
Home / ବିଶେଷ / ରାଜ୍ୟସ୍ତରୀୟ ହସ୍ତାକ୍ଷର ପ୍ରତିଯୋଗିତାରେ  ଵିଶ୍ୱରୂପା ପଟ୍ଟନାୟକ ପ୍ରଥମ

ରାଜ୍ୟସ୍ତରୀୟ ହସ୍ତାକ୍ଷର ପ୍ରତିଯୋଗିତାରେ  ଵିଶ୍ୱରୂପା ପଟ୍ଟନାୟକ ପ୍ରଥମ

କଟକ ସଦର, ୧୩  /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ସମ୍ଵାଦ’ ଓ  ‘ ଆମ ଓଡ଼ିଶା ‘ ପକ୍ଷରୁ କରାଯାଇଥିବା ରାଜ୍ୟସ୍ତରୀୟ ହସ୍ତାକ୍ଷର ପ୍ରତିଯୋଗିତାରେ କନ୍ଦରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ତଥା ସ୍ଥାନୀୟ ଵିରିଵାଟୀର ସୁବାଷ ପଟ୍ଟନାୟକ ଓ ଅନୁରାଧା ପଟ୍ଟନାୟକଙ୍କ ଝିଅ ଵିଶ୍ୱରୁପା ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିପାଇଁ ଭୂଵନେଶ୍ୱର ଠାରେ ‘ ସମ୍ଵାଦ’ ଓ ‘ ଆମ ଓଡ଼ିଶା’ ର ଅଧ୍ୟକ୍ଷ ସୈ।ମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କୁମାରୀ ଵିଶ୍ୱରୁପାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ଅତିଥି ଭାବେ ପୂର୍ଣ୍ଣ ପ୍ରସ୍ୱନ ବାଜପେୟୀ,ତନୟା ପଟ୍ଟନାୟକ,ମୋନିକା ନାୟାର ପଟ୍ଟନାୟକ,ଗୈ।ରହରି ଦାସ ପ୍ରମୁଖ ଯୋଗ ଦେଇଥିଲେ।ଵିଶ୍ୱରୁପାଙ୍କ କୃତିତ୍ୱ ପାଇଁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ୱାଳଙ୍କ ସମେତ ଵହୁ ଶୁଭେଚ୍ଛୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published.