୫ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦ ସେବନ କଲେ
ଭୁବନ ୧୩/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନରେ ଗତ ରବିବାର ରାତିରୁ ମଣ୍ଡପ ମଉଡମଣି ପୂଜା ପ୍ରତିଷ୍ଠାନ ବଡହାଟ , ଅରାସାହି, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର, ଟୋଲଙ୍କ ବେରେଣୀ ଲତାବିଲ (ବଉଳଛକ) ,ଅରବିନ୍ଦ ମାର୍ଗ ,ଗୋପାଳମଣ୍ଡପ, ଗୁଜୁରୀହାଟ ( କଂସାରୀ ସାହି), ବାଜିଛକ ପ୍ରଭୃତି ମଣ୍ଡପ ରେ ଧନଦାତ୍ରୀ,ଅନ୍ନପୂର୍ଣ୍ଣା ମା’ ଲକ୍ଷ୍ମୀ ଙ୍କ ମୃଣ୍ମୟ ମୂର୍ତୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି କାର୍ତିକ ମାସ ପ୍ରଥମ ଗୁରୁବାରରେ ମା’ ଲକ୍ଷ୍ମୀ ଙ୍କ ବଡପୂଜା ନୀତିକାନ୍ତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୁରୋହିତ ଙ୍କ ମନ୍ତ୍ରଧ୍ୱନି ସାଙ୍ଗକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଙ୍କ ଉପସ୍ଥିତିରେ ମା ଙ୍କ ବଡପୂଜା ହୋଇଥିବା ବେଳେ ଅରାସାହି ଓ ନୂଆବଜାର ପୂଜାମଣ୍ଡପ ରେ ସାମୁହିକ ପ୍ରସାଦସେବନ କରାଯାଇଥିଲା ।
ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ସମସ୍ତ ସରକାରୀ , ବେସରକାରୀ ଅଫିସ , ବ୍ୟାଙ୍କ , ପୋଲିସ କର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ,ସାହି ବାସିନ୍ଦା , ନୂଆବଜାର ର ସମସ୍ତ ବଣିକ ଭାଇ ପ୍ରମୁଖ ପ୍ରାୟ ୫ ହଜାର ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦ ସେବନ କରିଥିଲେ । ଓଡ଼ିଶା ସମାଚାର