Monday , June 5 2023
Breaking News
Home / ବିଶେଷ / ପାଣିରେ ବୁଡ଼ି ଯୁବତୀ ମୃତ

ପାଣିରେ ବୁଡ଼ି ଯୁବତୀ ମୃତ

ରଘୁନାଥପୁର, ୧୩/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ତାରପୁର ପଂଚାୟତ ଖଣ୍ଡତରୀ ଗ୍ରାମରେ ପାଣିରେ ବୁଡ଼ିଯାଇ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ କି ତିର୍ତୋଲ ଥାନା ଶଂଖେଶ୍ୱର ବଡ଼ ଜିଙ୍ଗଲ ଗ୍ରାମର ରାମଚନ୍ଦ୍ର ଦାସ ଙ୍କ ଝିଅ ଚିନ୍ମୟୀ ଦାସ(୧୮) ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ନିଜ ମାମୁଁ ଘର ସୁକାନ୍ତ ଦାସ ଙ୍କ ଘରକୁ ଆସିଥିଲା । ତେବେ ଗତକାଲି ଘର ପାଖରେ ଥିବା ଏକ ପୋଖରୀକୁ ଧୋଇ ହେବାକୁ ଯାଇ ଆଉ ଫେରିନଥିଲେ । ମାମୁଁ ଘର ଲୋକ ବହୁ ଖୋଜା ଖୋଜି ପରେ ମଧ୍ୟ ଚିନ୍ମୟୀ କୁ ପାଇନଥିଲେ । ତେବେ ଆଜି ଦିନ ୧୦ ଟା ବେଳେ ଚିନ୍ମୟୀ ଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖି ରଘୁନାଥପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ରଘୁନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପୋଖରୀ ରୁ ଶବ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ଜଗତସିଂହପୁର ମେଡ଼ିକାଲକୁ ନେଇଛନ୍ତି ।

Leave a Reply

Your email address will not be published.